୯ରେ କୋଲକାତା ପୋଲିସ କମିଶନରଙ୍କୁ ଜେରା କରିବ ସିବିଆଇ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଚିଟ୍‌ଫଣ୍ଡ ଦୁର୍ନୀତି ଘଟଣାରେ କୋଲକାତା ପୋଲିସ କମିଶନର ରାଜୀବ କୁମାରଙ୍କୁ ସିବିଆଇ ଆସନ୍ତା ୯ତାରିଖ ଶନିବାର ପଚରାଉଚରା କରିବ । ମେଘାଳୟର ଶିଲଂଠାରେ ରାଜୀବଙ୍କୁ ସିବିଆଇ ଜେରା କରିବ ଓ ତଦନ୍ତ ସମୟରେ ରାଜୀବ ସମ୍ପୁର୍ଣ୍ଣ ସହଯୋଗ କରିବେ । ଏ ସମ୍ପର୍କରେ ଆଜି ସୂଚନା ମିଳିଛି ।

ସାରଦା ଚିଟ୍‌ଫଣ୍ଡ ଦୁର୍ନୀତି ଘଟଣାରେ କୋଲକାତା ପୋଲିସ କମିଶନର ରାଜୀବ କୁମାରଙ୍କୁ ସିବିଆଇ ପଚରାଉଚରା କରିବାକୁ ଯାଇଥିବାବେଳେ ଏ ନେଇ ସେଠାରେ ହାଇଡ୍ରାମା ସୃଷ୍ଟି ହୋଇଥିଲା । ସିବିଆଇକୁ ବିରୋଧ କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଧାରଣାରେ ବସିଥିଲେ । ମମତାଙ୍କୁ ଚ୍ୟାଲେଞ୍ଜ କରି ସିବିଆଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟ ରାଜୀବଙ୍କୁ ସିବିଆଇ ତଦନ୍ତରେ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ତାଙ୍କୁ ଗିରଫ କରାଯିବନାହିଁ ବୋଲି ମାନ୍ୟବର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.