ସରକାରଙ୍କ ବିନା ସହମତିରେ ରାଜ୍ୟରେ ତଦନ୍ତ କରିପାରିବନି ସିବିଆଇ

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ):ଅନେକ ରାଜ୍ୟରେ ସେଠାକାର ସରକାର ସିବିଆଇ ତଦନ୍ତ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଅର୍ଥାତ୍ ରାଜ୍ୟ ସରକାରଙ୍କ ବିନା ଅନୁମତିରେ ସିବିଆଇ ରାଜ୍ୟରେ ପଶି ତଦନ୍ତ କରିପାରିବନି। ତଦନ୍ତ କରିବାକୁ ହେଲେ ପ୍ରଥମେ ସିବିଆଇକୁ ରାଜ୍ୟର ଅନୁମତି ନେବାକୁ ହେବ। କେରଳ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର ସମେତ କଂଗ୍ରେସ ଶାସିତ ରାଜ୍ୟ ଏଭଳି ନିଷ୍ପତ୍ତି ନେଇଛନ୍ତି।

ଏହାରି ଭିତରେ ମଙ୍ଗଳବାର ସୁପ୍ରିମକୋର୍ଟ ଏକ ବଡ଼ ରାୟ ଦେଇଛନ୍ତି। ସଂପୃକ୍ତ ରାଜ୍ୟ ତଦନ୍ତ ଅନୁମତି ନଦେଲେ ସିବିଆଇ ସେହି ରାଜ୍ୟ ଉପରେ ତଦନ୍ତ ନେଇ ନିଜ ଅଧିକାର ଜାହିର କରିପାରିବ ନାହିଁ ବୋଲି ଦେଶର ସର୍ବୋଚ୍ଚ କୋର୍ଟ କହିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ସଂପୃକ୍ତ ରାଜ୍ୟ ମଧ୍ୟ ଏଥିରେ ସହମତି ନହେଲେ ସିବିଆଇ ତଦନ୍ତ ପାଇଁ ଅଧିକାର ଜାହିର କରିପାରିବ ନାହିଁ। ସଂଘୀୟ ବ୍ୟବସ୍ଥାରେ ଡିଏସପିଇ ଆକ୍ଟର ଧାରା ୬ରେ ସମାନ କଥା ଦର୍ଶାଯାଇଛି ବୋଲି କୋର୍ଟ କହିଛନ୍ତି। ଏହି ଧାରା ୬ ଅନୁଯାୟୀ କେନ୍ଦ୍ରକୁ ସଂପୃକ୍ତ ରାଜ୍ୟ ସରକାରଙ୍କ ସୁପାରିଶ କ୍ରମେ କୌଣସି ରାଜ୍ୟ ଅଧୀନରେ ଥିବା ମାମଲାର ତଦନ୍ତ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେବା ପାଇଁ କ୍ଷମତା ପ୍ରଦାନ କରିଥାଏ। ଏହାପରେ ବି ଏକ ସାଧାରଣ ସହମତି ହେବା ଦରକାର ବୋଲି ନିୟମ ରହିଛି।

Leave A Reply

Your email address will not be published.