ଯୁକ୍ତ ୨ ପରୀକ୍ଷା ହଲରେ ଲାଗିବ ସିସିଟିଭି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚଳିତ ବର୍ଷଠାରୁ ଯୁକ୍ତ୨ ବାର୍ଷିକ ପରୀକ୍ଷା ହଲରେ ସିସିଟିଭି ଲାଗିବ । ଏ ବର୍ଷ ଆସନ୍ତା ମାର୍ଚ୍ଚ ପ୍ରଥମ ସପ୍ତାହରେ ପରୀକ୍ଷା ହେବାକୁ ସ୍ଥିର ହୋଇଥିବା ବେଳେ ଏହାକୁ କପିମୁକ୍ତ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ପରୀକ୍ଷା କେନ୍ଦ୍ର ହେଉଥିବା କଲେଜଗୁଡିକରେ କ୍ୟାମେରା ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି । ଯେଉଁମାନେ ସିସିଟିଭି କ୍ୟାମେରା ନ ଲଗାଇବେ ସେଠାରେ ପରୀକ୍ଷା କେନ୍ଦ୍ର କରିବାକୁ ଅନୁମତି ମିଳିବ ନାହିଁ । ଡିସେମ୍ବର ଶେଷ ସୁଦ୍ଧା ସବୁ ସେଣ୍ଟରଗୁଡିକରେ କ୍ୟାମେରା ଲଗାଇବାକୁ କଲେଜ ଏବଂ ସ୍କୁଲ ଅଧ୍ୟକ୍ଷଙ୍କୁ ବିଭାଗୀୟ ଯୁଗ୍ମ ସଚିବ ଶୁଭଶ୍ରୀ ନନ୍ଦ ନିର୍ଦ୍ଦେଶ ଦେଇଛନ୍ତି । ସରକାରୀ କଲେଜ ଏବଂ ପୂର୍ଣ୍ଣ ଅନୁଦାନପ୍ରାପ୍ତ କଲେଜଗୁଡିକ ପିଏଲ୍‌(ପବ୍ଲିକ ଲେଜର) ଆକାଉଣ୍ଟ୍‌ରୁ, ଘରୋଇ କଲେଜଗୁଡିକ କଲେଜ ବିକାଶମୂଳକ ପାଣ୍ଠିରୁ ଏବଂ ସେଲ୍‌ଫ ଫାଇନାନ୍ସିଂ କଲେଜଗୁଡିକ ନିଜସ୍ବ ପାଣ୍ଠିରୁ ଏଥିପାଇଁ ଟଙ୍କା ଖର୍ଚ୍ଚ କରିବେ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଜାନୁୟାରୀ ପହିଲାରୁ ଏଥିପାଇଁ ଏକ ସ୍ବତନ୍ତ୍ର ଇ-ମେଲ୍‌ ଆଇଡି ଖୋଲିବ । ପରୀକ୍ଷା କେନ୍ଦ୍ର ହେଉଥୁବା କଲେଜଗୁଡିକ କ୍ୟାମେରା ଲଗାଇଛନ୍ତି ନା ନାହିଁ ସେ ନେଇ ଇ-ମେଲ୍‌ ଜରିଆରେ ରିପୋର୍ଟ ଦେବେ । 

Leave A Reply

Your email address will not be published.