କେନ୍ଦ୍ର ହ୍ରାସ କଲା ତୈଳଦର, ଏବେ ରାଜ୍ୟ ସରକାରଙ୍କ ପାଳି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାରା ଦେଶ ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ନିଆଁରେ ଜଳୁଥିବା ବେଳେ, ସବୁଦିଗରୁ ମୋଦି ସରକାର ବିରୋଧର ସମ୍ମୁଖୀନ ହୋଇଛନ୍ତି । ଆଗକୁ ବିଜେପି ଶାସିତ କିଛି ରାଜ୍ୟରେ ନିର୍ବାଚନ ଥିବାରୁ ଏବଂ ଏହା ସହ ଆଗକୁ ସାଧାରଣ ନିର୍ବାଚନ ଥିବାରୁ ବାଧ୍ୟ ହୋଇ କେନ୍ଦ୍ର ସରକାର ଗତକାଲି ପ୍ରେସ କନଫରେନ୍ସ ମାଧ୍ୟମରେ ତେଲ ଦର ହ୍ରାସ କଥା ଘୋଷଣା କରିବାକୁ ବାଧ୍ୟ ହୋଇଛନ୍ତି ।

ସୂଚନା ଅନୁଯାୟୀ, ଗତକାଲି ଏକ ପ୍ରେସ ମିଟ୍ ମାଧ୍ୟମରେ କେନ୍ଦ୍ର ସରକାରଙ୍କ ତରଫରୁ କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ମୋଟ ୨.୫୦ ପଇସା କେନ୍ଦ୍ର ତରଫରୁ ହ୍ରାସ କରାଯାଇଛି ବୋଲି ଘୋଷଣା କରିଥିଲେ । ସେ ପ୍ରେସ ମିଟ୍ ରେ କହିଥିଲେ ଯେ କେନ୍ଦ୍ର ତାର ଏକ୍ସାଇଜ ଡ୍ୟୁଟି ୧.୫୦ ଟଙ୍କା ଏବଂ ସମସ୍ତ ତୈଳ କମ୍ପାନୀ ସେମାନଙ୍କ ଦରରୁ ୧ ଟଙ୍କା ସହିତ ମୋଟ ୨.୫୦ ପଇସା କେନ୍ଦ୍ର ସରକାରଙ୍କ ପକ୍ଷରୁ ହ୍ରାସକରାଯାଇଛି । ଏହା ସହ ସେ ସମସ୍ତ ରାଜ୍ୟ ମାନଙ୍କୁ ୨.୫୦ପଇସା ହ୍ରାସ କରିବା ପାଇଁ ନିବେଦନ କରିଥିଲେ । ଯଦି ରାଜ୍ୟ ସରକାର ମାନେ ୨.୫୦ପଇସା ସେମାନଙ୍କ ଭାଟ ହ୍ରାସ କରିବେ ତାହାଲେ ମୋଟ ୫.୦୦ଟଙ୍କା ର ରିହାତି ଜନସାଧାରଣ ପାଇପାରିବେ ବୋଲି ସେ କହିଥିଲେ ।

ଏହା ମଧ୍ୟରେ ଅତ୍ୟଧିକ ତୈଳ ଦର ବୃଦ୍ଧି କୁ ଦେଖି କିଛି ରାଜ୍ୟ ମଧ୍ୟ ସେମାନଙ୍କ ନିଜସ୍ୱ ଟିକସ କମେଇବା ଆରମ୍ଭ କରିଛନ୍ତି । ଆମ ରାଜ୍ୟରେ କେବେ ତେଲ ଉପରେ ଭାଟ ହ୍ରାସ କରାଯାଇ ଲୋକଙ୍କୁ ରହାତି ମିଳି ପାରୁଛି ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.