ଓଭରବ୍ରିଜର ବିଶ୍ୱସ୍ତରୀୟ ସଂସ୍ଥା ମାଧ୍ୟମରେ ଯାଞ୍ଚ କରାଇବାକୁ କେନ୍ଦ୍ରମନ୍ତ୍ରୀ ଙ୍କ ଦାବି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବମିଖାଲ ଓଭରବ୍ରିଜ୍ ଦୁର୍ଘଟଣାରେ ଜଣେ ଶ୍ରମିକ ଜୀବନ ହାରିଲା ପରେ ରାଜନୀତି ସରଗରମ ହୋଇଉଠିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘଟଣାସ୍ଥଳକୁ ଯାଇ ବୁଲିଦେଖିବା ସହ ସଂପୃକ୍ତ ଠିକା ସଂସ୍ଥା ଉପରେ ପ୍ରଶ୍ନ ଉଠାଇଥିଲେ। ସେ ଘଟଣାକୁ ଅତ୍ୟନ୍ତ ଦୁଭାର୍ଗ୍ୟଜନକ ବୋଲି କହବା ସହ ଓଭରବ୍ରିଜର ବିଶ୍ୱସ୍ତରୀୟ ସଂସ୍ଥା ମାଧ୍ୟମରେ ଯାଞ୍ଚ କରିବାକୁ ଦାବି କରିଥିଲେ ।

ବମିଖାଲ ଓଭରବ୍ରିଜ୍ ପରିଦର୍ଶନ ସମୟରେ ତାଙ୍କସହ ଭୁବନେଶ୍ୱର ମଧ୍ୟମର ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ, ଅନେକ ଯୁବନେତା ଓ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ।

ଘଟଣା ଦିନ ରାତିରେ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ନେତୃତ୍ୱରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦାବିରେ ଶତାଧିକ ଲୋକେ ରାସ୍ତା ଅବରୋଧ କରିଥିଲେ । ତେବେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ସେଠାରେ ୮ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।

Leave A Reply

Your email address will not be published.