ବରଗଡ଼ରେ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ ରାଲିରେ ସାମିଲ ହେଲେ ଧର୍ମେନ୍ଦ୍ର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ବରଗଡ଼ ଲୋକସଭା ପ୍ରାର୍ଥୀ ଭାବେ ବିଜେପି ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୁଜାରୀ ନାମାଙ୍କନ ଦାଖଲ କରିଛନ୍ତି । ଏଥିସହ ବରଗଡ଼, ଅତାବିରା ଓ ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀମାନେ ସୋମବାର ନାମାଙ୍କନ କରିଛନ୍ତି । ଏହି ଅବସରରେ ଆୟୋଜିତ ରାଲିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ କହିଥିଲେ, ବରଗଡ଼ ଲୋକସଭା ଓ ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପିକୁ ବିପୁଳ ଭୋଟ ମିଳିବ । ବରଗଡ଼ ଏଥର ଓଡ଼ିଶା ନିର୍ବାଚନର ପ୍ରମୁଖ ରଣକ୍ଷେତ୍ର ହେବ । ଏହି ଜିଲ୍ଲାରେ ପିଇବା ପାଣି, ରୋଜଗାର, ଜଳସେଚନ ମୁଖ୍ୟ ସମସ୍ୟା ହୋଇଥିବା ବେଳେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପିଡ଼ଛି । ଚାଷୀମାନେ ପ୍ରତିବର୍ଷ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି । ଗତ ଉପନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପାଳନ କରି ନଥିବା ବେଳେ ଏବେ ତାହାର ଜବାବ ଦେବାର ସମୟ ଆସିଛି ବୋଲି ଧର୍ମେନ୍ଦ୍ର କହିଛନ୍ତି । ଏଥର ଓଡ଼ିଶାରେ ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଆ ହରେଇବେ ବୋଲି ଧର୍ମେନ୍ଦ୍ର ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.