ପିଟିବେ ଜନତା କହିଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଯେଉଁ ରାଜନେତାମାନେ ଲୋକଙ୍କୁ ମିଛ ସ୍ବପ୍ନ ଦେଖାନ୍ତି, ମାତ୍ର ତାକୁ ପୂରଣ କରିପାରନ୍ତି ନାହିଁ ସେମାନଙ୍କୁ ଲୋକମାନେ ପିଟନ୍ତି ବୋଲି କହିଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ । ଭାଜପା ବରିଷ୍ଠ ନେତା ତଥା ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ କହିଛନ୍ତି, ସ୍ବପ୍ନ ଦେଖାଉଥିବା ନେତାଙ୍କୁ ପ୍ରଥମେ ଲୋକେ ପସନ୍ଦ କରିଥାନ୍ତି । ତେବେ ଏହି ସ୍ବପ୍ନ ପୂରଣ ନ ହେଲେ ନେତାଙ୍କୁ ଲୋକେ ପିଟିବା ଆରମ୍ଭ କରନ୍ତି । ତେଣୁ ପୂରଣ କରି ହେଉ ନ ଥିବା ସ୍ବପ୍ନ ଦେଖାଇବା ଅନୁଚିତ । ନୀତୀନ ଏହି ମନ୍ତବ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଥିବା ବେଳେ ବିରୋଧୀଙ୍କୁ ଖୋରାକ ମିଳିଛି । କଂଗ୍ରେସ ପ୍ରବକ୍ତା ପ୍ରିୟଙ୍କା ଚତୁର୍ବେଦୀ ଏ ନେଇ ନୀତୀନଙ୍କୁ ଟୁଇଟ କରି ଧନ୍ୟବାଦ ଦେବା ସହିତ କହିଛନ୍ତି ଯେ, ଏହା କାହାପ୍ରତି ଉଦ୍ଦିଷ୍ଟ ତାହା ବୁଝି ହେଉଛି । ବଲିଉଡ୍‌ ଅଭିନେତା ତଥା ଭାଜପା ଏମ୍‌ପି ଶତ୍ରୁଘ୍ନ ସିହ୍ନା ପୂର୍ବରୁ ମୋଦି ଓ ଅମିତ୍‌ ଶାହାଙ୍କ କାର୍ଯ୍ୟକଳାପକୁ ନେଇ ପ୍ରଶ୍ନ ଉଠାଇଥିବା ବେଳେ ଏବେ ନୀତୀନଙ୍କର ଏଭଳି ମନ୍ତବ୍ୟ ମୋଦିଙ୍କ ଅଡୁଆ ବଢ଼ାଇଛି ।

Leave A Reply

Your email address will not be published.