ଆସିଲେନି ମୁଖ୍ୟ ଶାସନ ସଚିବ, ବାତିଲ ହେଲା କେନ୍ଦ୍ରୀୟ ପ୍ରକଳ୍ପ ସମ୍ପର୍କିତ ସମୀକ୍ଷା ବୈଠକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ଅତିଥି ଭବନଠାରେ ଆଜି ଆୟୋଜିତ ହୋଇଥିଲା କେନ୍ଦ୍ରୀୟ ପ୍ରକଳ୍ପ ସମ୍ପର୍କିତ ସମୀକ୍ଷା ବୈଠକ । ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟ ଅଧିକାରୀମାନେ ଯୋଗ ଦେଇଥିବା ବେଳେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ବୈଠକକୁ ଆସି ନଥିଲେ । ଯାହା ଫଳରେ ଏହି ସମୀକ୍ଷା ବୈଠକକୁ ବାତିଲ କରି ଦିଆଯାଇଛି । ବୈଠକରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟରେ ହୋଇଥିବା ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରାଯାଇଥାନ୍ତା । ମାତ୍ର ମୁଖ୍ୟ ଶାସନ ସଚିବ ନଆସିବାରୁ ଏହାକୁ ବାତିଲ କରାଯାଇଛି । ଏହାପରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ ରାଜ୍ୟ ସରକାରଙ୍କୁ ତାତ୍ସଲ୍ୟ କରିଛନ୍ତି । ସେ କହିଛନ୍ତି, ମୁଖ୍ୟ ଶାସନ ସଚିବଙ୍କୁ ପୂର୍ବରୁ ଏ ନେଇ ସୂଚନା ଦିଆଯାଇଥିଲା । ବୋଧହୁଏ ସେ କୈାଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବ୍ୟସ୍ତ ରହିଯାଇଥିବେ । ବୈଠକରେ ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରାଯାଇଥାନ୍ତା । ରାଜ୍ୟର ପ୍ରଗତି ପାଇଁ ଏହା ଆବଶ୍ୟକ ଥିଲା ବୋଲି ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ଏହା ଜାଣି ପାରି ନଥିବେ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

Leave A Reply

Your email address will not be published.