କାଲି ଆସୁଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତାକାଲି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଜାହାଜ ଚଳାଚଳ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ । ସେ ପାରାଦୀପଠାରେ ୧୧ ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ୱ ବିଭିନ୍ନ ପ୍ରକଳ୍ପ ଲୋକାାର୍ପଣ କରିବେ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଗଡ଼କରୀ ସେଠାରେ ସ୍ଥାପିତ ପଲିପ୍ରୋପିଲିନ ୟୁନିଟର ଉଦ୍‌ଘାଟନ କରିବେ । ସେହିଭଳି କ୍ଲିନ କାର୍ଗୋ ପରିବହନ ଲାଗି ପାରାଦୀପ ବନ୍ଦରରେ ମଲ୍ଟି ପରପସ ବର୍ଥର ଏହି ଦିନ ଶୁଭାରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଗଡକରୀ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ପ୍ରମୁଖ ଯୋଗଦେବେ । ସେହିପରି କେନ୍ଦ୍ରମନ୍ତ୍ରୀ ଗଡ଼କରୀ କାମାକ୍ଷାନଗରଠାରେ କେତେକ ପ୍ରକଳ୍ପର ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗଦେବେ । ଏହାପରେ ଅପରାହ୍ନ ୨ଟା ବେଳେ ଭୁବନେଶ୍ୱରସ୍ଥିତ ମେଫେୟାର ହୋଟେଲଠାରେ ‘ଭାରତ୍‌ କେ ମନ୍‌ କି ବାତ୍‌, ମୋଦି କେ ସାଥ୍‌’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ଏବଂ ଏହି ଅବସରରେ ଅନୁଷ୍ଠିତ ବୁଦ୍ଧିଜୀବୀ ସମ୍ମିଳନୀକୁ ଗଡ଼କରୀ ଉଦ୍‌ବୋଧନ ଦେବା ପରେ ଅପରାହ୍ନରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଯିବାର କାର୍ଯ୍ୟକ୍ରମ ରହିଛି । ଗଡ଼କରୀଙ୍କ ଗସ୍ତ ପାଇଁ ରାଜ୍ୟ ଭାଜପା ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

Leave A Reply

Your email address will not be published.