ଏଣିକି ଦିଲ୍ଲୀ ରାଜପଥର ନାମ ହେବ ‘କର୍ତ୍ତବ୍ୟ ପଥ’

0

ନୂଆଦିଲ୍ଲୀର ଐତିହାସିକ ରାଜପଥର ନାଁ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ଏଣିକି ଦିଲ୍ଲୀର ରାଜପଥକୁ ‘କର୍ତ୍ତବ୍ୟ ପଥ’ ନାମରେ ସମଗ୍ର ବିଶ୍ବ ଜାଣିବ। ରାଜପଥ ଏବଂ ସେଣ୍ଟ୍ରାଲ ଭିସ୍ତା ଲନ୍‌ର ନାଁ ପରିବର୍ତ୍ତନ କରିବାକୁ କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଲାଲ କିଲାର ପ୍ରଚୀରରୁ ପରାଧୀନତାର ସବୁ ପ୍ରତୀକକୁ ହଟାଇବା ନେଇ ଅନେକ ଥର ନିଜ ବକ୍ତବ୍ୟରେ କହିଥିଲେ।

ଏଥିପାଇଁ ରାଜପଥ ନାଁର ପରିବର୍ତ୍ତନ କରାଯିବ ବୋଲି ଅନୁମାନ କରାଯାଉଥିଲା। ରାଜପଥ ନାମ ବଦଳାଇ କର୍ତ୍ତବ୍ୟପଥ କରି କେନ୍ଦ୍ର ସରକାର, ଉପନିବେଶବାଦରେ ପୂର୍ଣ୍ଣଛେଦ ଟାଣିବାକୁ ଆଉ ଏକ ପଦକ୍ଷେପ ନେଇଥିବା ଚର୍ଚ୍ଚା ହେଉଛି।

ରାଷ୍ଟ୍ରପତି ଭବନ ସଂଯୋଗକାରୀ ରାଜପଥ ନାମ ପରିବର୍ତ୍ତନ କରିବାକୁ କେନ୍ଦ୍ର ସରକାର ସେପ୍ଟେମ୍ବର ୭ ତାରିଖରେ ଏନଡିଏମର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକାଇଥିବା ଜଣାପଡିଛି। ଏହି ବୈଠକରେ ନୂଆ ନାଁ ଉପରେ ମୋହର ବାଜିବା ସହ ଘୋଷଣା କରାଯିବ।

SOA post below
Leave a comment