ନାରାୟଣ ବସ୍ତିର ଚନ୍ଦୁ ହତ୍ୟାକାଣ୍ଡ ମାମଲା; ଗିରଫ ହେଲେ ଫେରାର ଥିବା ଲେଡି ଡନ୍ ରଞ୍ଜୁ ଓ ତାଙ୍କ ସହଯୋଗୀ

0

ନାରାୟଣ ବସ୍ତିର ପି. ସୁବ୍ରତ ରାଓ ଓରଫ୍‌ ଚନ୍ଦୁ ହତ୍ୟାକାଣ୍ଡ ମାମଲା । ଗିରଫ ହେଲେ ଦୁଇ ହତ୍ୟାକାରୀ ଲେଡି ଡନ୍ ରଞ୍ଜୁ ଓ ତାଙ୍କ ସହଯୋଗୀ କାହ୍ନା । ହତ୍ୟାକାଣ୍ଡ ପରେ ବାହାର ଜିଲ୍ଲାରେ ଯାଇ ଲୁଚିଥିଲେ ଏହି ଦୁଇ ହତ୍ୟାକାରୀ। ତେବେ ଉଭୟଙ୍କୁ ବ୍ରହ୍ମପୁର ଆସିକାରୁ କମିଶନରେଟ୍ ପୋଲିସ ଗିରଫ କରିଛି ।

ଖବର ଅନୁଯାୟୀ, ଗତ ୯ ତାରିଖ ରାତିରେ ରାଜଭବନ ପଛପଟେ ଥିବା ୟୁନିଟ ୮ ଡିଏଭ ସ୍କୁଲ ପାଖରେ ଚନ୍ଦୁକୁ ହତ୍ୟା କରିଥିଲେ ରଞ୍ଜୁ ଓ ତାର ସହଯୋଗୀ । । ଏହି ଘଟଣାରେ ଚନ୍ଦୁଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ହୋଇ ଚିକିତ୍ସାଧୀନ ଅଛନ୍ତି । ଏହି ଘଟଣା ପରଠାରୁ ଲେଡି ଡନ୍ ରଞ୍ଜୁ ଓ ତାଙ୍କ ସହଯୋଗୀ କାହ୍ନା ଫେରାର ଥିଲେ । କମିଶନରେଟ୍‌ ପୋଲିସ ଘଟଣାରେ ତଦନ୍ତ କରି ଆଜି ଦୁଇ ଜଣଙ୍କୁ ଗିରଫ କରିଛି କ୍ୟାପିଟାଲ୍‌ ଥାନା ପୋଲିସ ।

SOA post below
Leave a comment