ନବୀନଙ୍କ ପାଇଁ ବଦଳିବେ ଦୁଇ ଦଳର ମୁଖିଆ

0

ଓଡିଶା ଫାଷ୍ଟ(ବ୍ୟୁରୋ): ସାଧାରଣ ନିର୍ବାଚନ ପାଇଁ ହାତରେ ମାତ୍ର ଏକ ବର୍ଷ ରୁ କମ ସମୟ ରହିଲା ବେଳେ ସବୁ ଦଳ ନିର୍ବାଚନ ପାଇଁ ପ୍ରସ୍ତୁତି ରେ ଅଣ୍ଟା ଭିଡ଼ିଲେଣି। ବିଜେଡ଼ି ଅନ୍ୟ ଦଳର ନେତା ଗୋଟାଇ ନିଜ ଦଳରେ ମିଶାଉ ଥିବାବେଳେ ଆଉ କିଏ କେନ୍ଦ୍ରରୁ ନେତା ଆଣି ସଭା କରୁଛନ୍ତି ତ ଅନ୍ୟ କିଏ ପ୍ରଭାରୀ ବଦଳାଉଛନ୍ତି।

ବିଜେପୁର ଉପନିର୍ବାଚନରେ କଂଗ୍ରେସ ଅମାନତ ହାରିଥିବାବେଳେ ବିଜେପି ନିଜର ସ୍ଥିତିକୁ ପରଖିସାରିଛି । ଏଭିତରେ ମିଳିଥିବା ଖବର ଅନୁଯାଇ ସହଜରେ ହାର ମାନିବାକୁ ଅପ୍ରସ୍ତୁତ କଂଗ୍ରେସ ଓ ବଜେପି ।

ଇତିମଧ୍ୟରେ ବିଜେପି ନିଜର ସାଂଗଠନିକ ସାଧାରଣ ସମ୍ପାଦକ ବଦଳିର ଏକ ପ୍ରକାର ନିଷ୍ପତି ସାରିଥିବାବେଳେ କଂଗ୍ରେସ ବଦଳାଇ ସାରିଛି ପ୍ରଭାରୀ । କିନ୍ତୁ ସଭାପତି ନବଦଳିବା ପର୍ଯ୍ୟନ୍ତ ମନ ବୁଝୁନାଇଁ । ବିଜେପିର ସଭାପତି ବଦଳ ଦୌଡ଼ରେ ଚର୍ଚ୍ଚାରେ ଅଛନ୍ତି ପ୍ରତାପ ସଢଙ୍ଗୀ, କେବି ସିଂଦେଓ ଓ ସୁରେଶ ପୂଜାରୀ । ସେହିପରି କଂଗ୍ରେସରେ ମଧ୍ୟ ସଭାପତି ବଦଳି ଚୟନ ପ୍ରକ୍ରିୟା ରେ ଭକ୍ତ ଦାସ,ପ୍ରଦୀପ ମାଝୀ ଓ ଚିରଞ୍ଜୀବ ବିଶ୍ୱାଳଙ୍କ ନା ଥିବା ଶୁଣିବାକୁ ମିଳୁଛ। ଏନେଇ ଓଡ଼ିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ ସ୍ୱୀକାର କରିଛନ୍ତି ଦଳରେ ଅନେକ ସମସ୍ୟା ରହିଛି ପରିବର୍ତ୍ତନର ଆବଶ୍ୟକତା ଅଛି ।

Leave A Reply

Your email address will not be published.