ବିଳମ୍ବିତ ରାତି ପର୍ଯ୍ୟନ୍ତ ମଦ ଦୋକାନ ଖୋଲା ନେଇ ଛାତ୍ର କଂଗ୍ରେସ ଘେରିଲା ମନ୍ତ୍ରୀଙ୍କ ଘର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ବିଳମ୍ବିତ ରାତି ପର୍ଯ୍ୟନ୍ତ ମଦ ଦୋକାନ ଖୋଲା ରହିବା ନେଇ ସରକାର ଘୋଷଣା କରିବା ପରେ ପ୍ରତିବାଦର ସ୍ବର ଉତ୍ତୋଳନ ହେବା ଆରମ୍ଭ ହୋଇଛି । ଛାତ୍ର କଂଗ୍ରେସ ପକ୍ଷରୁ ଆଜି ଏହାର ପ୍ରତିବାଦରେ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ବାସଭବନ ଘେରାଉ କରାଯାଇଥିଲା । କମିଶନରେଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବିକ୍ଷୋଭକାରୀଙ୍କୁ ଗିରଫ କରିଛି ।

ସୂଚନା ଅନୁଯାୟୀ, ଆଜି ରାତି ଗୋଟାଏ ପର୍ଯ୍ୟନ୍ତ ମଦଦୋକାନ ଖୋଲା ରହିବା ନିର୍ଦ୍ଦେଶର ପ୍ରତିବାଦ କରିଛି ଛାତ୍ର କଂଗ୍ରେସ । ସେମାନଙ୍କ ଅଭିଯୋଗ ମୁତାବକ ଅନ୍ୟ ରାଜ୍ୟରେ ମଦ ବ୍ୟବସାୟକୁ ବନ୍ଦ କରାଯାଉଥିବା ବେଳେ ଆମ ରାଜ୍ୟରେ କାହିଁକି ମଦ କୁ ପ୍ରୋତ୍ସାହନ କାହିଁକି ଦିଆଯାଉଛି । ମଦ ପାଇଁ ଦିନକୁ ଦିନ ରାଜ୍ୟରେ ଅପରାଧ ବଢିଚାଲିଛି । ସରକାର ମଦ ଉପରେ ରୋକ ଲଗାଇବ ବଦଳରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ମଦ ଦୋକାନ ଖୋଲା ରହିବା ନେଇ ଛାତ୍ର କଂଗ୍ରେସ ଅବକାରୀ ମନ୍ତ୍ରୀଙ୍କ ବାସଭବନ ଘେରାଉ କରିଥିଲେ ।

Leave A Reply

Your email address will not be published.