ଚାକିରି ଦେବା ନାଁ ରେ ଲକ୍ଷ ଲକ୍ଷ ଟଙ୍କା ଲୁଟ୍‌

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୋସିଆଲ ମିଡିଆଠାରୁ ଆରମ୍ଭ କରି ଦୈନିକ ଖବରକାଗଜ ଆଦିରେ ପ୍ରତିଦିନ ବିଭିନ୍ନ ଢ଼ଙ୍ଗରେ ଠକେଇ ହେଉଥିବା ଖବର ନଜରକୁ ଆସୁଛି । ତାହା ସତ୍ତ୍ୱେ ଯୁବଗୋଷ୍ଠୀ ପିଲ୍ମ ଷ୍ଟାଇଲରେ ଠକେଇର ଶିକାର ହୋଇଥିବା ବୁଧବାର ଜଟଣୀ ଥାନାରେ ଅଭିଯୋଗ ହୋଇଛି। ରେଲଓ୍ବେ ଓ କେତେକ ବଡ଼ ବଡ଼ କମ୍ପାନୀରେ ଚାକିରି କରାଇ ଦେବେ କହି ଜଙ୍କିଆ ଅଞ୍ଚଳର ଜୟକୃଷ୍ଣ ବାରିକ ୫୦ରୁ ଊର୍ଦ୍ଧ୍ୱ ଯୁବତୀଯୁବକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଛନ୍ତି । ଜଟଣୀ, ଖୋର୍ଦ୍ଧା ଓ ପୁରୀ ଜିଲାର ବିଭିନ୍ନ ସ୍ଥାନରେ ହେଲଥ୍ ଅଫ୍ ଫୁଡ୍ କର୍ପୋରେସନ ଓଡ଼ିଶା ନାମରେ କାର୍ଯ୍ୟାଳୟ ଖୋଲା ଯାଇଥିବା ବେଳେ ଯୁବଗୋଷ୍ଠୀଙ୍କୁ ଚାକିରି ଲୋଭରେ ଠକା ଯାଉଛି ବୋଲି ସେମାନେ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି । ଏହି କାର୍ଯ୍ୟାଳୟରେ ସେମାନେ ୩-୪ ମାସ ପର୍ଯ୍ୟନ୍ତ କାମ କରିବା ପରେ ବି ଦରମା ଦିଆ ନଯିବାରୁ ସେମାନଙ୍କ ମନରେ ସନ୍ଦେହ ଉପୁଜି ଥିଲା । ପିଲାମାନେ ବାରମ୍ବାର ଦରମା ଟଙ୍କା ମାଗିବରୁ ଜୟକୃଷ୍ଣ ଅଫିସ ବନ୍ଦ କରି କେଉଁଆଡ଼େ ଫେରାର ହୋଇଯାଇଥିଲେ । ଠକାମିର ଶିକାର ହୋଇଥିବା ଯୁବଗୋଷ୍ଠୀ ତାଙ୍କୁ ଫୋନ କରିଥିଲେ ସୁଦ୍ଧା ଅଭିଯୁକ୍ତ ଫୋନ ଉଠାଇ ନ ଥିଲେ । ଠକାମିର ଶିକାର ହୋଇଥିବା ଯୁବତୀଯୁବକମାନେ ହେଲେ ସୂର୍ଯ୍ୟକାନ୍ତ ମହାରଣା, ଦିବ୍ୟଲୋଚନ ଦାସ, ମୀରାବାଇ ପ୍ରଧାନ, ସାଗରିକା ପ୍ରଧାନ । ଏମାନଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର ପ୍ରାଥମିକ ତଦନ୍ତ ରୁ ୮ ଲକ୍ଷ ଟଙ୍କା ଠକେଇ ହୋଇଥିବା ଜାଣିବାକୁ ପାଇଛି । ତେବେ ଜୟକୃଷ୍ଣ ବାରିକ କୁ ଧରିବାକୁ ଅଧିକ ତଦନ୍ତ ଚଳାଇଛି ପୋଲିସ ।

Leave A Reply

Your email address will not be published.