ଓଡିଶା ଫାଷ୍ଟ :(ପ୍ରଗତି ରଞ୍ଜନ ମହାନ୍ତି) ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଦାୟିତ୍ୱରେ ଥିବା ଡି. ଏନ.ଗୁପ୍ତା ଙ୍କୁ କିଛିଦିନ ତଳେ ଭାରତୀୟ ନିର୍ବାଚନ ଆୟୋଗ ପରିବର୍ତ୍ତନ କରିଥିଲେ। ତାଙ୍କ ସ୍ଥାନରେ ସୁରେନ୍ଦ୍ର କୁମାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ରାଜ୍ୟ ସରକାର ଡ଼ି. ଏନ. ଗୁପ୍ତା ଙ୍କୁ ସାଧାରଣ ପ୍ରଶାସନ ବିଭାଗ(ଜିଏ)ର ଓସସଡ଼ି ଭାବେ ନିଯୁକ୍ତ କରିଛନ୍ତି। ମଙ୍ଗଳବାର ଗୁପ୍ତା ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି।