ଓଡ଼ିଶା ଖୋ ଖୋ ଟିମ୍ ପାଇଁ ୧ କୋଟି ଟଙ୍କା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶା ଖୋ ଖୋ ଟିମ୍କୁ ୧ କୋଟି ଟଙ୍କା ଘୋଷଣା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କଲେ ପୁରସ୍କାର ରାଶି । ଅଲଟିମେଟ୍ ଖୋ ଖୋରେ ଓଡ଼ିଶା ଜଗରନଟ୍ସ ଚାମ୍ପିଅନ ହୋଇଛି ।
ମହାରାଷ୍ଟ୍ର ପୁନେରେ ଶ୍ରୀ ଶିବ ଛତ୍ରପତି ସ୍ପୋର୍ଟସ କଂପ୍ଲେକ୍ସରେ ଚାଲିଥିବା ଅଲଟିମେଟ୍ ଖୋ ଖୋ ଲିଗ୍ରେ ତେଲଗୁ ଯୋଦ୍ଧାସକୁ ହରାଇ ଓଡିଶା ଚାମ୍ପିଅନ ହୋଇଛି ।
ଏକ ପଏଣ୍ଟରେ ତେଲଗୁ ଯୋଦ୍ଧାସକୁ ହରାଇ ଚମ୍ପିୟାନ ହେଲା ଓଡିଶା । ଓଡିଶାକୁ ୪୬ ପଏଣ୍ଟ ମିଳିଥିବା ବେଳେ ତେଲଗୁ ଯୋଦ୍ଧାସକୁ ୪୫ ପଏଣ୍ଟ ମିଳିଥିଲା ।