ଉଦ୍ଧାରକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ମହାକାଳପଡ଼ାର ବାହାକୁଦ ଘାଟରେ ଭାସିଯାଇଥିବା ଯାତ୍ରୀବାହୀ ଡଙ୍ଗା ଘଟଣା

0

 

କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାର ବାହାକୁଦ ଘାଟରେ ଭାସିଯାଇଥିବା ଯାତ୍ରୀବାହୀ ଡଙ୍ଗାରୁ ଲୋକମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଧାରକାରୀଙ୍କୁ ଶୁଭେଚ୍ଛା ଓ ଧନ୍ୟବାଦ ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି, ଅଗ୍ନିଶମ ବାହିନୀ, ବିଡିଓ, ତହସିଲଦାର, ମହାକାଳପଡ଼ା ଆଇଆଇସି, ଜମ୍ବୁ ମେରାଇନ ପୋଲିସ କର୍ମଚାରୀ, ସ୍ଥାନୀୟ ବାସିନ୍ଦା ଓ ଲୋକ ପ୍ରତିନିଧିମାନଙ୍କ ନିଷ୍ଠାପର କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ।

 

ସୂଚନାଯୋଗ୍ୟ, ଶନିବାର ସନ୍ଧ୍ୟାରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ବାହାକୁଦ ଘାଟରେ ଏକ ଯାତ୍ରୀବାହୀ ଡଙ୍ଗା ଭାସିଯାଇଥିଲା। ଡଙ୍ଗାଟି ପାରାଦୀପର ମୂଷାଡିଆ ଘାଟରୁ ବାହାକୁଦ ଘାଟକୁ ଆସୁଥିଲା। ଏହି ସମୟରେ ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଫଳରେ ଡଙ୍ଗାଟି ଜଳର ପ୍ରଖର ସ୍ରୋତରେ ସମୁଦ୍ର ମୁହାଁ ହୋଇ ପ୍ରାୟ ୪/୫ କିଲୋମିଟର ପର୍ଯ୍ୟନ୍ତ ଭାସିଯାଇଥିଲା। ଡଙ୍ଗାରେ ଥିବା କିଛି ଯୁବକ ସାହସିକତା ସହ ଡଙ୍ଗାର ରଶିକୁ ଧରି କୂଳକୁ ଡେଇଁପଡ଼ିଥିଲେ। ଫଳରେ ଏକ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ।

SOA post below
Leave a comment