ନେପାଳର ପିଛା ଛାଡୁନି ଚୀନ୍, ପୁଣି ପଠାଇଲା ତିନିଜଣିଆ ପ୍ରତିନିଧି ଦଳ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନେପାଳରେ ଉପୁଜିଥିବା ରାଜନୈତିକ ସଙ୍କଟର ସମାଧାନ ପାଇଁ ଚୀନ୍ ନିରନ୍ତର ଉଦ୍ୟମ ଜାରି ରଖିଛି। ନିକଟରେ କାଠମାଣ୍ଡୁ ଗସ୍ତରେ ଆସିଥିବା ଚୀନର ଚାରିଜଣିଆ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳ ସେମାନଙ୍କ ଅଭିଯାନରେ ବିଫଳ ହୋଇ ସ୍ୱଦେଶ ଫେରିଯାଇଛନ୍ତି। ନେପାଳ କମ୍ୟୁନିଷ୍ଟ ପାର୍ଟିରେ ଦେଖାଦେଇଥିବା ବିଭାଜନକୁ ଏଡାଇବାକୁ ଏହି ପ୍ରତିନିଧିମଣ୍ଡଳ ସମସ୍ତ ଉଦ୍ୟମ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିନଥିଲା। ଏହାସତ୍ତେ୍ୱ ନେପାଳର ଆଭ୍ୟନ୍ତରୀଣ ବ୍ୟାପାରରେ ପୁଣି ମୁଣ୍ଡ ପୂରେଇବାକୁ ଚାହୁଁଛି ଚୀନ। ଇତିମଧ୍ୟରେ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ନିର୍ଦ୍ଦେଶକ୍ରମେ ଚୀନ କମ୍ୟୁନିଷ୍ଟ ପାର୍ଟିର ତିନିଜଣିଆ ପ୍ରତିନିଧିମଣ୍ଡଳ ସଡକପଥରେ କାଠମାଣ୍ଡୁ ପହଞ୍ଚିଥିବା ଜଣାପଡିଛି। ରହଣି ସମୟରେ ଏମାନେ ନେପାଳ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ, ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି, ପୂର୍ବତନ ପ୍ରଧାନମନ୍ତ୍ରୀ ପୁଷ୍ପକମଲ ଦହଲ ଓରଫ ପ୍ରଚଣ୍ଡ, ମାଧବ ନେପାଳଙ୍କ ସମେତ ନେପାଳ କମ୍ୟୁନିଷ୍ଟ ପାର୍ଟିର ଏକାଧିକ ବରିଷ୍ଠ ନେତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଓଲିଙ୍କ ପରାମର୍ଶକ୍ରମେ ରାଷ୍ଟ୍ରପତି ଇତିମଧ୍ୟରେ ସଂସଦ ଭଙ୍ଗ ନିର୍ଦ୍ଦେଶ ଦେଇଥିବାବେଳେ ଏହାକୁ ପ୍ରଚଣ୍ଡ ଓ ଅନ୍ୟ କମ୍ୟୁନିଷ୍ଟ ନେତା ତୀବ୍ର ବିରୋଧ କରୁଛନ୍ତି। ଯଦି ଓଲି-ପ୍ରଚଣ୍ଡ ବିବାଦର ପରିସମାପ୍ତି ନଘଟେ, ତେବେ ଆସନ୍ତା ଏପ୍ରିଲ-ମେ’ରେ ଅନୁଷ୍ଠିତ ହେବାକୁ ଥିବା ମଧ୍ୟବର୍ତ୍ତିକାଳୀନ ନିର୍ବାଚନରେ କମ୍ୟୁନିଷ୍ଟ ପାର୍ଟି ପରାଜୟ ବରଣ କରିବ ବୋଲି ଚୀନ ଆଶଙ୍କା କରୁଛି।

bjd
Sikshaya
ruchi

Leave A Reply

Your email address will not be published.