ଚିତ୍ରକୋଣ୍ଡା ବ୍ଲକ୍‌ର ସ୍ୱାଭିମାନ ଅଞ୍ଚଳର ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ୱିତ କର : ଉନ୍ନୟନ କମିଶନର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ୍‌ର ସ୍ୱାଭିମାନ ଅଞ୍ଚଳର ସାମାଜିକ-ଅର୍ଥନୈତିକ ରୂପାନ୍ତରକରଣ ଓ
ଉତ୍‌ଥାନ (ସେତୁ) ଯୋଜନାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପଗୁଡ଼ିକର ସ୍ଥିତି ଓ ଅଗ୍ରଗତି ସମୀକ୍ଷା କରିଥିଲେ । ଉନ୍ନୟନ କମିଶନର ପ୍ରକଳ୍ପଗୁଡ଼ିକର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଚିତ୍ରକୋଣ୍ଡା ବ୍ଲକ୍‌ର ସ୍ୱାଭିମାନ ଅଞ୍ଚଳରେ ପୂର୍ତ୍ତ, ଗ୍ରାମ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ ଯୋଗାଣ, ଶକ୍ତି, ମହିଳା ଓ ଶିଶୁ ବିକାଶ ଏବଂ ମିଶନଶକ୍ତି, ମତ୍ସ୍ୟ ଓ ପ୍ରାଣୀସଂପଦ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ବିଦ୍ୟାଳୟ ଓ ଗଣଶିକ୍ଷା ଆଦି ବିଭାଗ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହେବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ପୂର୍ତ୍ତବିଭାଗ ଦ୍ୱାରା ବଡ଼ପଡ଼ାଠାରୁ ଜନତାପାଇ ୯ କିମି ଦୀର୍ଘ ପୂର୍ତ୍ତ ରାସ୍ତା ସମାପ୍ତ ହୋଇଛି। ଅବଶିଷ୍ଟ ୨.୫ କିମି ରାସ୍ତା ନିର୍ମାଣ ୨ ମାସ ମଧ୍ୟରେ ସମାପ୍ତ ହେବ । ରୁମାନଦୀ ଉପରେ କୁନିଗୁଡ଼ା ସମୀପସ୍ଥ ପେପରମେଟଲା, ବନ୍ଧୁଗୁଡ଼ାଠାରୁ ଗଦଲମାମୁଣ୍ଡି ରାସ୍ତା, ମାଳିଗୁଡ଼ା-ଡୋଲିଅମ୍ବା ରାସ୍ତା ନିର୍ମାଣକୁ ତ୍ୱରାନ୍ୱିତ କରାଯିବ । ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ୪୫ଟି ରାସ୍ତା ଓ ପୋଲ ନିର୍ମାଣ କରାଯାଉଛି । ୬ଟି ସ୍ୱାସ୍ଥ୍ୟ ଉପକେନ୍ଦ୍ର ନିର୍ମାଣ କାର୍ଯ୍ୟ ଚାଲିଛି । ମନରେଗା ଯୋଜନାରେ ୩୨ଟି ରାସ୍ତା ନିର୍ମାଣାଧୀନ ରହିଛି । ଗାଁ ଗାଁ ଭିତରେ ତିଆରି ହେଉଥିବା ୧୮ଟି ସିସି ରୋଡ୍‌, ଧୂଳିପୁର-ରାଲେଗୁଡ଼ା-ପେପରମେଟଲା ରାସ୍ତା ସମାପ୍ତ ହୋଇଛି । ୬୪ଟି ନଳକୂପ ଖନନ କରାଯାଇଛି । ସମସ୍ତ ୯ଟି ପଞ୍ଚାୟତକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯିବ ।

ଅଣ୍ଡ୍ରାପାଲି-ଜୋଡାମ୍ବ-ଧୂଳ ପିୁର ଓ ରାଲେ ଗୁଡ଼ା ଗ୍ରାମପଞ୍ଚାୟତ ରେ ୩୭ଟି ସୌର ଶକ୍ତି କ ମ୍ପ ଯୋଗେ ଜଳ ଯୋଗାଣ
ପ୍ରକଳ୍ପ ନିର୍ମାଣ କରାଯିବ । ଶକ୍ତି ବିଭାଗ ଦ୍ୱାର ୩ଟି ଜନବସତିରେ ସୌରଶକ୍ତିଚାଳିତ ବିଦୁ୍ୟତିକରଣ କାର୍ଯ୍ୟ, ୮୭
ଲକ୍ଷ ଟଙ୍କା ବ୍ୟୟରେ କରାଯିବ । ୩୩/୧୧ କେଭି ସବ୍‌ଷ୍ଟେସନ୍‌, ବଡ଼ପଦାଠାରେ ନିର୍ମାଣାଧୀନ ରହିଛି, ଯାହା ପ୍ରାୟ ୧୪ କୋଟି ବ୍ୟୟରେ ନିର୍ମାଣ କରାଯାଉଛି । ଅନୂସଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ୮ଟି ବାଳକ ଛାତ୍ରାବାସ ଓ ୭ଟି ଛାତ୍ରୀନିବାସ ନିର୍ମାଣ କରାଯିବ । ପଣସ୍‌ପୁଟ୍‌ ଓ ବଡ଼ପଡ଼ାଠାରେ ଖେଳପଡ଼ିଆ ପ୍ରସ୍ତୁତ କରାଯିବ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ଶିକ୍ଷକମାନଙ୍କ ପାଇଁ ୮ଟି ବାସଗୃହ କମ୍ପ୍ଲେକ୍ସ, ୨୮ଟି ବିଦ୍ୟାଳୟରେ ଅତିରିକ୍ତ ଶ୍ରେଣୀଗୃହ, ୮ କୋଟି ୨୬ ଲକ୍ଷ ଟଙ୍କା ବିନିଯୋଗରେ ନିର୍ମାଣ କରାଯିବ । ୬ଟି ଗ୍ରାମପଞ୍ଚାୟତରେ ଖେଳପଡ଼ିଆ, ୩୩ଟି ବିଦ୍ୟାଳୟର ବିଦୁ୍ୟତିକରଣ ଓ ପାନୀୟ ଜଳଯୋଗାଣ ଏକ ମାସ ମଧ୍ୟରେସମାପ୍ତ ହେବ । ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ଦ୍ୱାରା ୪୬ ଲକ୍ଷ ମାଛ ଯାଆଁଳ ବାଲିମେଳା ଜଳଭଣ୍ଡାରରେ ଛଡ଼ା ହୋଇଛି । ଜୁଲାଇ ମାସରେ ଆଉ ୭୦ ଲକ୍ଷ ଯାଆଁଳ ଛଡ଼ାଯିବ । ୧୦୦ ଜଣ ମତ୍ସ୍ୟଜୀବୀଙ୍କ ପାଇଁ ମାଲକାନଗିରି ଡିଭିଜନ୍‌ ବନାଞ୍ଚଳ ଅଧିକାରୀ ଡଙ୍ଗା ଓ ଜାଲ ଯୋଗାଇଦେବେ । ୨୦୦୦ ମତ୍ସ୍ୟଜୀବୀ ପରିବାର ଏହା ଦ୍ୱାରା ଉପକୃତ ହେବେ । ଏୟାରଟେଲ୍‌ କମ୍ପାନୀ ତରଫରୁ ମୋବାଇଲ୍‌ ଟାୱାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ।

ସ୍ୱାଭିମାନ ଅଞ୍ଚଳରେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ବସ ଚଳାଇବା ପାଇଁ ପ୍ରସ୍ତାବ ଅଛି । ସମସ୍ତ ବିଦୁ୍ୟତ ଲାଇନ୍‌କୁ ଥ୍ରି ଫେଜ କରାଯିବ । ୨୧ଟି ଉଠା ଜଳସେଚନ ପଏଣ୍ଟ ଓ ୪୯୪ଟି କ୍ଲଷ୍ଟର ବୋରେୱଲ୍‌ ଓଡ଼ିଶା ଉଠା ଜଳସେଚନ ନିଗମ ମାଧ୍ୟମରେ କରାଯିବ । ମିଶନ ଶକ୍ତି ତରଫରୁ ମହିଳା ସ୍ୱୟଂ ସହୟାକ ଗୋଷ୍ଠୀମାନଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି ଉଚ୍ଚ ସ୍ତରୀୟ

Leave A Reply

Your email address will not be published.