ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ

0

ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ।

ସିଏଚଏସଇ ଅଧ୍ୟକ୍ଷ ଅଶ୍ୱିନୀ ମିଶ୍ର ପ୍ରକାଶ କଲେ ପରୀକ୍ଷା ଫଳ । www.odisharesults.nic.inରେ ପରୀକ୍ଷା ଫଳ ଦେଖି ପାରିବେ ଛାତ୍ରଛାତ୍ରୀ । ଉଚ୍ଚ ମାଧ୍ୟାମିକ ପରିଷଦ କାର୍ଯ୍ୟାଳୟରେ ପରୀକ୍ଷା ଫଳ ଘୋଷଣା ହୋଇଛି । ଚଳିତ ବର୍ଷ ୨ ଲକ୍ଷ ୧୩ ହଜାର ୪୩୨ ଜଣ କଳା ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । କଳାରେ ମୋଟ ୮୨.୧୦ ପ୍ରତିଶତ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି ।

ତେବେ କୈାଣସି ଉଚ୍ଚ ମାଧ୍ୟମିକ ସ୍କୁଲର ଶୂନ୍ୟ ରେଜଲ୍ଟ ହୋଇନି । ପାସ ହାର ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ,ନବରଙ୍ଗପୁରରେ ସର୍ବନିମ୍ନ । ତେବେ ସନ୍ଧ୍ୟା ୫ଟା ପରେ ୱେବସାଇଟରେ ପିଲାମାନଙ୍କ ରେଜଲ୍ଟ ଉପଲବ୍ଧ ହୋଇ ପାରିବ ବୋଲି ଘୋଷଣା କରିଛନ୍ତି ଅଶ୍ୱିନୀ ମିଶ୍ର ।

SOA post below
Leave a comment