ଡିସେମ୍ବରରେ ସିନେମା ହଲ୍ ଓ ଥିଏଟର ଖୋଲିବ, ବିଭିନ୍ନ ସମାବେଶକୁ ସର୍ତ୍ତମୂଳକ ଅନୁମତି

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଡିସେମ୍ବର ମାସ ଲାଗି କୋଭିଡ୍ କଟକଣା କିଭଳି ରହିବ ସେ ନେଇ ନୂତନ ଗାଇଡଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଆଜି ଜାରି ହୋଇଥିବା ନିର୍ଦ୍ଦେଶାବଳି ଡିସେମ୍ବର ୧ରୁ ୩୧ ପର୍ଯ୍ୟନ୍ତ ସମଗ୍ର ଦେଶରେ ବଳବତ୍ତର ରହିବ।ଏହି ଗାଇଡଲାଇନର ମୁଖ୍ୟ ଲକ୍ଷ୍ୟ ହେଉଛି କରୋନା ସଂକ୍ରମଣ ବିସ୍ତାର ବିରୁଦ୍ଧରେ ହାସଲ ହୋଇଥିବା ବହୁମୂଲ୍ୟ ଲାଭକୁ ସଂରକ୍ଷିତ କରିବା।
ଡିସେମ୍ବର ଗାଇଡଲାଇନରେ କଣ୍ଟେନମେଣ୍ଟ ଜୋନ୍ ବାହାରେ ଅନେକ କାର୍ଯ୍ୟକଳାପକୁ ଅନୁମତି ଦିଆଯାଇଛି। ଆନ୍ତର୍ଜାତୀୟ ବିମାନ ଯାତ୍ରାକୁ ଗୃହ ମନ୍ତ୍ରାଳୟ ଅନୁମତି ଦେଇଛି। ସେହିଭଳି ସିନେମା ହଲ୍ ଏବଂ ପ୍ରେକ୍ଷାଳୟଗୁଡ଼ିକ ୫୦ ପ୍ରତିଶତ ଉପସ୍ଥାନରେ ଖୋଲିପାରିବ ବୋଲି କୁହାଯାଇଛି। ଏଥିସହ କେବଳ କ୍ରୀଡା ବ୍ୟକ୍ତିବିଶେଷଙ୍କ ତାଲିମ ପାଇଁ ସୁଇମିଂ ପୁଲ୍ ଖୋଲିପାରିବ|କେବଳ ବ୍ୟାବସାୟୀକ ଉଦ୍ଦେଶ୍ୟରେ ପ୍ରଦର୍ଶନୀ ହଲ ବ୍ୟବହାର ହୋଇପାରିବ।
ଡିସେମ୍ବରରେ କଣ୍ଟେନମେଣ୍ଟ ଜୋନ ବାହାରେ ସାମାଜିକ / କ୍ରୀଡା / ମନୋରଞ୍ଜନ / ଶିକ୍ଷାଗତ / ସାଂସ୍କୃତିକ ଓ ଧାର୍ମିକ ସମାବେଶକୁ ସର୍ତ୍ତମୂଳକ ଅନୁମତି ମିଳିଛି। ସମ୍ମିଳନୀ କକ୍ଷ ବା ହଲ୍ କ୍ଷମତାର ସର୍ବାଧିକ ୫୦ ପ୍ରତିଶତ ପର୍ଯ୍ୟନ୍ତ ‌ଦର୍ଶକ ଏହି ସମାବେଶରେ ରହିପାରିବେ। ତେବେ ବନ୍ଦ କକ୍ଷରେ ସର୍ବାଧିକ ୨୦୦ ଲୋକ ଏକତ୍ରିତ ହୋଇପାରିବେ। ଆବଶ୍ୟକ ସ୍ଥଳେ ସରକାର ବନ୍ଦ ସ୍ଥାନର ଦର୍ଶକ ସଂଖ୍ୟାକୁ ୧୦୦କୁ କମାଇ ପାରିବେ।

bjd
Sikshaya
ruchi

Leave A Reply

Your email address will not be published.