ପେପରଲେସ୍‌ କୋର୍ଟର ଉଦ୍‌ଘାଟନ କଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ୟୁ ୟୁ ଲଳିତ

0

ରାଜ୍ୟର ୩୦ ଜିଲ୍ଲା ପାଇଁ ପେପରଲେସ୍‌ କୋର୍ଟର ଉଦ୍‌ଘାଟନ କରିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଉଦୟ ଉମେଶ ଲଳିତ। ଜୁଡିସିଆଲ ଏକାଡେମୀରେ ଏହି ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଏହା ସହ ଓଡ଼ିଶା ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଅବସରରେ ସ୍ୱତନ୍ତ୍ର ପୋଷ୍ଟାଲ କଭର ପ୍ରକାଶିତ ହୋଇଛି।

ଓଡ଼ିଶା ହାଇକୋର୍ଟ ପକ୍ଷରୁ ସମସ୍ତ ଜିଲ୍ଲା ଅଦାଲତକୁ ପେପରଲେସ୍‌ କରିବାକୁ ଇ-ଫାଇଲିଂ ଓ ଇ-ଡକ୍ୟୁମେଣ୍ଟ ଦାଖଲ ପାଇଁ ବ୍ୟବସ୍ଥା କରାଯାଇଛି । କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍‌ ଏମ୍‌ଆର ଶାହା, ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏସ୍‌ ମୁରଲୀଧରଙ୍କ ସମେତ ଅନ୍ୟାନ୍ୟ ବିଚାରପତି ଉପସ୍ଥିତ ଥିଲେ ।

ଅନ୍ଯପଟେ କଟକ ସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ନବମ ସମାବର୍ତ୍ତନ ଉତ୍ସବ । ଏନେଇ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଉଦୟ ଉମେଶ ଲଳିତ, ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍‌ ଏମ୍‌ଆର ଶାହା ମଧ୍ଯ ଏଥିରେ ଯୋଗ ଦେଇଛନ୍ତି । ସେହିପରି ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏସ୍‌ ମୁରଲୀଧରଙ୍କ ସମେତ ଅନ୍ୟାନ୍ୟ ବିଚାରପତି ଉପସ୍ଥିତ ଅଛନ୍ତି ।

SOA post below
Leave a comment