ପ୍ରଦୀପଙ୍କ ବିୟୋଗରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ; ରାଜ୍ୟ ସମ୍ମାନ ସହ ହେବ ଅନ୍ତିମ ସଂସ୍କାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭେଟେରାନ୍ ରାଜନେତା, ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଦୀପ ମହାରଥୀ ଜଣେ ଦିଗଜ ନେତା ଥିଲେ । ବିଜୁବାବୁଙ୍କ ସହ ମିଶି କାମ କରିଥିଲେ ମହାରଥୀ । ପ୍ରଦୀପ ମହାରଥୀ ଜଣେ ସୁସଂଗଠନ ଥିଲେ ।
ସେଥିପାଇଁତ ପିପିଲିରୁ ୭ଥର ନିର୍ବାଚିତ ହୋଇଥିଲେ । ଲୋକଙ୍କ ନେତା ଥିଲେ ମହାରଥୀ । ତାଙ୍କ ବିୟୋଗରେ ଶୋକସନ୍ତପ୍ତ ପରିବାର ଓ ପିପିଲି ଜନସାଧାରଣଙ୍କୁ ସମବେଦନା ଜଣାଇଛନ୍ତି ନବୀନପଟ୍ଟନାୟକ । ରାଜ୍ୟ ସମ୍ମାନ ସହ ପ୍ରଦୀପ ମହାରଥୀଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

Leave A Reply

Your email address will not be published.