ଆଶା ଙ୍କ ଆଶା ପୂରଣ କଲେ ମୁଖ୍ୟମନ୍ତ୍ରୀ

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ କାମ କରୁଥିବା ଆଶା କର୍ମୀ ମାନଙ୍କ ପାଇଁ ନୂତନ ସହାୟତା ରାଶି ଘୋଷଣା କଲେ ରାଜ୍ୟ ସରକାର । ଆଜି ମୁଖ୍ୟମନ୍ତ୍ରୀ ଆଶା କର୍ମୀଙ୍କ ପାଇଁ ୧୦ ହଜାର ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି । ଛତା, ସାଇକେଲ୍‌, ଚପଲ, ଆଲମିରା ଓ ଟର୍ଚ କିଣିବା ପାଇଁ ଏହି ୧୦ ହଜାର ଟଙ୍କା ପ୍ରଦାନ କରାଯିବ । ଏହା ଦ୍ୱାରା ରାଜ୍ୟର ୪୭ ହଜାର ଆଶା କର୍ମୀ ଉପକୃତ ହେବେ ।

ସେହପରି ‘ଆଶା ଅବ୍ୟାହତ ଯୋଜନା’ ଅନୁସାରେ ଏକକାଳୀନ ଆର୍ଥିକ ସହାୟତା ରାଶିକୁ ୧୦ ହଜାରରୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଆଶା କର୍ମୀ ମାନେ ଅତି କମ୍‌ରେ ୧୦ ବର୍ଷ କାର୍ଯ୍ୟ କରିବା ପରେ ସ୍ୱେଚ୍ଛାକୃତ ଭାବରେ ଅବସର ନେଲେ କିମ୍ବା ୬୨ ବର୍ଷ ବୟସରେ କାର୍ଯ୍ୟରୁ ଅବ୍ୟାହତି ନେଲେ ସେମାନଙ୍କୁ ଏହି ୨୦ ହଜାର ଟଙ୍କା ପ୍ରଦାନ କରାଯିବ ।

Sikshaya
Leave A Reply

Your email address will not be published.