ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ନବୀନ ଓ ବୈଜୟନ୍ତ ମୁହାଁମୁହିଁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତ କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଣ୍ଣିଂ ଓ୍ବାକ୍‌ ଆଉଟର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ପରେ ଏହା କେତେକ ଗଣମାଧ୍ୟମରେ ମଧ୍ୟ ପ୍ରକାଶିତ ହୋଇଥିଲା । ନବୀନଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ରାଜ୍ୟବାସୀ ଦ୍ୱନ୍ଦ୍ୱରେ ଥିବା ବେଳେ ଏହି ଭିଡିଓ ନବୀନପ୍ରେମୀଙ୍କୁ ଆସ୍ବସ୍ଥି କରିଥିଲା । ତେବେ ଏହି ଭିଡ଼ିଓ ନେଇ ଏକ ଜାତୀୟ ଗଣମାଧ୍ୟମରେ ଆଲୋଚନା କରୁଥିବା ବେଳେ ନବୀନ ଏକ ଗୁମର ଫିଟାଇଛନ୍ତି । ପୂର୍ବତନ ବିଜେଡି ନେତା ତଥା ବର୍ତ୍ତମାନର କେନ୍ଦ୍ରାପଡ଼ା ଲୋକ ସଭା ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ନିଜର ରାଜନୈତିକ ଉଚ୍ଚ ଅଭିଳାଶ ପୂରଣ କରିବାକୁ ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିବା ନେଇ ଅପପ୍ରଚାର କରୁଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ରାଜନୈତିକ ଅଭିସନ୍ଧି ଚିରତାର୍ଥ ପାଇଁ ବୈଜୟନ୍ତ ଏପରି କରିଥିବା ନବୀନ କହିଛନ୍ତି ବୋଲି ଏନ୍‌ଡିଟିଭିର ବରିଷ୍ଠ ସାମ୍ବାଦିକ ଶ୍ରୀନିବାସନ ଜୈନ ମୁଖ୍ୟମନ୍ତ୍ରୀଙ୍କର ଏକ ଇଣ୍ଟରଭ୍ୟୁର କିଛି ଫଟୋ ସହ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ତେବେ ନବୀନଙ୍କ ଏଭଳି ଆରୋପ ପରେ ବୈଜୟନ୍ତ ନିଜ ଟୁଇଟର ପେଜ୍‌ରେ ଲେଖିଛନ୍ତି, ମୁଖ୍ୟମନ୍ତ୍ରୀ ମୋ ଉପରେ ଏଭଳି ଆରୋପ ଲଗାଇବା ହାସ୍ୟାସ୍ପଦ । ଜଗନ୍ନାଥ ତାଙ୍କ ସ୍ବାସ୍ଥ୍ୟ ଠିକ୍‌ ରଖନ୍ତୁ ବୋଲି ବୈଜୟନ୍ତ ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.