ମୁଖ୍ୟମନ୍ତ୍ରୀ ଙ୍କୁ ଲକି କହିଲେ ଦୌଡରାଣୀ ଦୂତି

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡିଶା ଫେରିଲେ ଦୌଡରାଣୀ ଦୂତି ଚାନ୍ଦ । ଜାକର୍ତ୍ତା ଏସିଆନ ଗେମ୍ସରେ ଉଭୟ ୧୦୦ ଓ ୨୦୦ ମିଟର ଦୌଡ ପ୍ରତିଯୋଗତିାରେ ରୌପ୍ୟ ପଦକ ଜିତିଥିବା ଦୂତି ଚାନ୍ଦ ଆଜି ସନ୍ଧ୍ୟାରେ ଓଡିଶା ଫେରିଛନ୍ତି । ଭୁବନେଶ୍ୱରର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ଦୂତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି ।

ଭୁବନେଶ୍ୱରରେ ପହଞ୍ଚିବା ପରେ ଦୂତି ନିଜର ସଫଳତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ସେ ତାଙ୍କ ପାଇଁ ଲକି ଓ ଓଡିଶାବାସୀଙ୍କ ତାଙ୍କ ଉପରେଥିବା ବିଶ୍ୱାସ ଓ ଭଲ ପାଇବା ଯୋଗୁଁ ସେ ୨ଟି ପଦକ ଜିତିବାରେ ସଫଳ ହୋଇଛନ୍ତି ବୋଲି କହିଛନ୍ତି । ଦୂତି ବିମାନବନ୍ଦରରୁ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯିବେ ଓ ଏହାପରେ ତାଙ୍କୁ ଏକ ବିଶାଳ ଶୋଭାଯାତ୍ରାରେ କିଟ ଓ କିସ କ୍ୟାମ୍ପସକୁ ନିଆଯିବାର କାର୍ଯ୍ୟକ୍ରମ ଅଛି ।

Sikshaya
Leave A Reply

Your email address will not be published.