ମିଶନ ଶକ୍ତି ମେଳା ବୁଲିଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଆୟୋଜିତ ମିଶନ ଶକ୍ତି ମେଳା ବୁଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଠାରେ ସେ ମେଳା ବୁଲିବା ସହ କିଛି ଜିନିଷ କିଣାକିଣି କରିଛନ୍ତି। ସବାଇ ଘାସରେ ତିଆରି ଗହଣା ବାକ୍ସ ଓ ସପିଂ ବ୍ୟାଗ କିଣିଛନ୍ତି ମୁଖ୍ୟମନ୍ତ୍ରୀ।  ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀକୁ ନବୀନ ପ୍ରଶଂସା କରିବା ସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ।

ଆଗାମୀ ଦିନରେ ଏହାର କିପରି ଅଧିକରୁ ଅଧିକ ପ୍ରଚାର ପ୍ରସାର ହୋଇପାରିବ ସେ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଉତ୍ସାହିତ କରିଥିଲେ।  ଏଥର ମିଶନ ଶକ୍ତି ମେଳାରେ 202ଟି ଷ୍ଟଲ ଲାଗିଛି। ଯେଉଁଥିରେ ବିଭିନ୍ନ ପ୍ରକାରର ହସ୍ତତନ୍ତ, ହସ୍ତଶିଳ୍ପ, ଜଙ୍ଗଲ ଜାତ ଦ୍ରବ୍ୟ, ଖାଦ୍ୟ ଜାତୀୟ ଦ୍ରବ୍ୟ, ମସଲା ଏବଂ ଅଣକୃଷି ଜାତୀୟ ଦ୍ରବ୍ୟ ବିକ୍ରି ହେଉଛି।

Leave A Reply

Your email address will not be published.