ପଞ୍ଚମ ପାଳିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ଦୁଇଟି ଆସନରୁ ଆଜି କରିବେ ପ୍ରାର୍ଥୀ ପତ୍ର ଦାଖିଲ !

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୨୦.୦୩.୨୦୧୯ ତାରିଖରେ ନବୀନ ପଟ୍ଟନାୟକ ପାର୍ଥିପତ୍ର ଦାଖଲ ବା ନୋମିନେସନ କରିବାକୁ ଯାଉଛନ୍ତି । ହିଂଜିଳି ଆସନ ପାଇଁ ଛତ୍ରପୁରର ଉପଜିଲ୍ଲାପାଳ ଅଫିସରେ ଓ ବିଜେପୁର ପାଇଁ ବରଗଡ଼ର ଜିଲ୍ଲାପାଳ ଅଫିସରେ ପାର୍ଥିପତ୍ର ଦାଖଲ କାର୍ଯ୍ୟକ୍ରମ ରହିଛି । ସବୁଠାରୁ ବଡ଼କଥା ୨୦୧୯ ନିର୍ବାଚନରେ ନବୀନ ବାବୁଙ୍କୁ ପ୍ରଥମ ଥର ପାଇଁ ଦୁଇ ଦୁଇଟି ଆସନରେ ପାର୍ଥିପତ୍ର ଦାଖଲ କରିବାକୁ ପଢୁଛି ଯାହା ଓଡ଼ିଶା ରାଜନୀତି ଇତିହାସରେ ନବୀନଙ୍କ ପାଇଁ ପ୍ରଥମ ବୋଲି ରାଜନୀତିକ ବିଶେଷ ମତ ପ୍ରକାଶ କରିଛନ୍ତି । ଉଦାହରଣ ସ୍ୱରୂପ ଭାଇରାଲ ଇଣ୍ଟେଲିଜେନ୍ସ ରିପୋର୍ଟ ଯାହାକି ଓଡ଼ିଶା ରାଜନିତୀ ସରଗରମ କରିଛି ଏହା ମଧ୍ୟ ପ୍ରଥମ ଥର ହୋଇଛି । ଏହାକୁ ନେଇ ରାଜନୀତିରେ ଏତେ ତାତି ଯେ ଉଭୟ ଦୁଇ ଦଳ ମଧ୍ୟରେ ଘନ ଘନ ଆକ୍ରମଣ ଓ ପ୍ରତିଆକ୍ରମଣ ଚାଲିଛି । ଦେଖାଯାଉ ନବୀନ ବାବୁ ଏଥର ନିର୍ବାଚନର ତାତିରେ ଯଦି ଦୁଇଟି ଆସନରୁ ଜିତନ୍ତି କେଉଁଟିକୁ ଛାଡି କେଉଁଟିକୁ ଅପଣାଉଛନ୍ତି । ବାକି ରହିଲା ଦେଖିବାକୁ ବଜେପି ଓ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ବିପକ୍ଷରେ କାହାକୁ ଉତରାଉଛି ମଇଦାନକୁ ।

Leave A Reply

Your email address will not be published.