ମୁମ୍ବାଇର ଶିଳ୍ପପତିଙ୍କୁ ଓଡିଶାରେ ନିବେଶ କରିବାକୁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ମେକ୍ ଇନ୍ ଓଡ଼ିଶା କନକ୍ଲେଭ କୁ ଦୃଷ୍ଟି ରେ ରଖି ଓଡ଼ିଶା ପ୍ରତି ନୂତନ ଇନଭେଷ୍ଟର୍ସଙ୍କୁ ଆକୃଷ୍ଟ କରିବାକୁ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁମ୍ବାଇରେ ଆଜି କ୍ୟାମ୍ପେନ ଆରମ୍ଭ କରିବା ସହ ଇନଭେଷ୍ଟର୍ସଙ୍କୁ ସମ୍ବୋଧିତ ମଧ୍ୟ କରିଛନ୍ତି ।

ସୂଚନା ଅନୁଯାୟୀ, ଆସନ୍ତା ନଭେମ୍ବର ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ହେବାକୁ ଅଛି ମେକ୍ ଇନ୍ ଓଡିଶା କନକ୍ଲେଭ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁମ୍ବାଇ ର ଇନଭେଷ୍ଟର୍ସଙ୍କୁ ଭେଟି ସେମାନଙ୍କୁ ଓଡ଼ିଶାରେ ପୁଞ୍ଜିନିବେଶ କରିବାକୁ ବୁଝାଇବାରେ ସଫଳ ହେବେ ବୋଲି ଆଶାବାଦୀ ।

ନଭେମ୍ବର ରେ ହେବାକୁଥିବା ମେକ୍ ଇନ୍ ଓଡିଶାର ଦ୍ୱିତୀୟ ସଂସ୍କରଣ ପାଇଁ ୨ ଦିନିଆ ମୁମ୍ବାଇ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୧୬ରେ ପ୍ରଥମ ଥର ପାଇଁ ହୋଇଥିବା ରୋଡ ଶୋ ର ସଫଳତା କୁ ଦୃଷ୍ଟିରେ ରଖି ଏଥର ର ରୋଡ ଶୋ ମଧ୍ୟ ସଫଳ ହେବବୋଲି ମୁଖ୍ୟମନ୍ତ୍ରୀ ଆଶାବାଦୀ । ବର୍ତ୍ତମାନ ସୁଦ୍ଧା ୨୫୦ଟି ଷ୍ଟାର୍ଟଅପ ପଞ୍ଜିକୃତ ହୋଇଛି । ଓଡିଶରେ ପୁଞ୍ଜି ନିବେଶ ପାଇଁ ଅନୁକୂଳ ପାରିବେଶ ରହିଛି ବୋଲି କହିବା ସହ ଓଡିଶା ଆସି ଶିଳ୍ପାୟନ ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ନିବେଶକାରୀଙ୍କୁ ଆମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ।

Ruchi
BJD 1

Leave A Reply

Your email address will not be published.