ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ବୃହତ ଉଠା ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟର ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ଗତକାଲି ଠାରୁ କାର୍ଯ୍ୟକ୍ଷମ ହୋଇଛି । ଏହି ଜଳସେଚନ ପ୍ରକଳ୍ପ ଜରିଆରେ ଆରମ୍ଭ କରାଯାଇଥିବା ୧୭୦ଟି ପ୍ରକଳ୍ପ ମଧ୍ୟରୁ ୪୬ ପ୍ରକଳ୍ପର କାମ ଶେଷ ହୋଇଛି । ଏହା ଫଳରେ ୯ଟି ଜିଲ୍ଲାର ୫୦ ହଜାର ହେକ୍ଟରରୁ ଅଧିକ ଚାଷ ଜମିକୁ ଜଳସେଚନ ସୁବିଧା ମିଳିବ । ୨୦୧୯ ମାର୍ଚ୍ଚ ଶେଷ ସୁଦ୍ଧା ଆଉ ୯୦ଟି ପ୍ରକଳ୍ପ ସଂପୂର୍ଣ୍ଣ କରାଯାଇ ୧ ଲକ୍ଷ ହେକ୍ଟରରୁ ଅଧିକ ଚାଷ ଜମିକୁ ପାଣି ଯୋଗାଣର ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।

ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ ଓ ଆମ ରାଜ୍ୟର ଶତକଡ଼ା ୮୦ ଭାଗ ଲୋକ କୃଷି ଉପରେ ନିର୍ଭର କରନ୍ତି । ତେଣୁ ଏହି ପ୍ରକଳ୍ପ ଦ୍ବାରା ନଦୀର ଯେଉଁ ପାଣି ସମୁଦ୍ରରେ ମିଶି ନଷ୍ଟ ହେଉଥିଲା ତାକୁ କୃଷକମାନଙ୍କର ଚାଷପଯୋଗୀ ଜମି ଓ ଉପରମୁଣ୍ଡରେ ଥିବା ଚାଷଜମିକୁ ଯୋଗାଇ ଦେବାକୁ ସରାକର ଲକ୍ଷ୍ୟ ରଖିଛନ୍ତି ।

Sikshaya
Leave A Reply

Your email address will not be published.