ବନ୍ୟା କ୍ଷୟକ୍ଷତି ଆକଳନ କରି ୭ଦିନରେ ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାତ୍ୟା ‘ତିତ୍‌ଲି’ର ତାଣ୍ଡବ ସରିଲା । ପ୍ରବଳ ବର୍ଷିଲା । ପଛରେ ଛାଡିଗଲା ପ୍ରଳୟଙ୍କରୀ ବନ୍ୟା । ‘ତିତ୍‌ଲି’ ତ ଦୁର୍ବଳ ହୋଇ ଚାଲିଗଲା ମାତ୍ର ତା ପ୍ରଭାବରେ ହୋଇଥିବା ବନ୍ୟା ଲୋକଙ୍କ ନିଦ ହଜାଇ ଦେଇଛି । ଏହି ବନ୍ୟାର ପ୍ରଭାବ ସବୁଠାରୁ ବେଶୀ ଗଞ୍ଜାମ ଜିଲ୍ଲାରେ ଦେଖିବାକୁ ମିଳିଛି । ସେହିପରି ଗଜପତି ଜିଲ୍ଲା ଓ ରାୟଗଡା ରେ ମଧ୍ୟ ବନ୍ୟା ସ୍ଥିତି ଗମ୍ଭୀର ଅଛି ।
ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ବୈଠକ ଡାକିଥିଲେ ଓ ବନ୍ୟା ପରିସ୍ଥିତି ର ସମୀକ୍ଷା କରିଥିଲେ ।

ସୂଚନା ଅନୁଯାୟୀ, ବାତ୍ୟା ‘ତିତ୍‌ଲି’ ଅତିକ୍ରମ କରିବା ପରେ ଉପୁଜି ଥିବା ବନ୍ୟା ପରିସ୍ଥିତି ର ମୁକାବିଲା ପାଇଁ ସଚିବାଳୟରେ ଆଜି ଏକ ସମୀକ୍ଷା ବୈଠକ ଡକାଯାଇଥିଲା । ଏହି ବନ୍ୟାରେ ଗଞ୍ଜାମ ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ବେଳେ ଗଜପତି  ଏବଂ ରାୟଗଡ଼ା ସ୍ଥିତି ସଙ୍ଗିନ ଥିବାରୁ ଏହି ସବୁ ଜିଲ୍ଲାର ପରିସ୍ଥିତି ଉପରେ ନଜର ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ସେହିପରି ବନ୍ୟା ପ୍ରଭାବିତଙ୍କୁ ରନ୍ଧା ଖାଦ୍ୟ, ଔଷଧ ଯୋଗାଇ ଦେବା ସହ ସମସ୍ତ ପ୍ରକାର ଆବଶ୍ୟକୀୟ ସୁବିଧା ଯୋଗାଇ ଦେବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏବଂ ୭ ଦିନ ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କୁ କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଗଞ୍ଜାମ ଜିଲ୍ଲାରେ ଏୟାର ଲିଫ୍ଟର ଆବଶ୍ୟକତା ରହିଥିବା ଜିଲ୍ଲାପାଳମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣାଇଥିଲେ । ଅପରପକ୍ଷରେ, ସମୀକ୍ଷା ବୈଠକ ପରେ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ବିଶାଖାପାଟଣାରୁ ଉଦ୍ଧାର କାର୍ଯ୍ୟ ପାଇଁ ୨ଟି ହେଲିକପ୍ଟର ଆସୁଛି । ଯାହାକି ଲୋକଙ୍କ ଉଦ୍ଧାର କାର୍ଯ୍ୟ ଓ ରିଲିଫ ସମଗ୍ରୀ ବଣ୍ଟନ ବ୍ୟବହୃତ ହେବ ।

Leave A Reply

Your email address will not be published.