ମୁଖ୍ୟମନ୍ତ୍ରୀ ବାତ୍ୟା, ବନ୍ୟା ପାଇଁ ପାଳିବେନି ଜନ୍ମଦିନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୩ତମ ଜନ୍ମଦିନ । କିନ୍ତୁ ଏଥର ସେ ନିଜ ଜନ୍ମଦିନ ପାଳନ କରିବେ ନାହିଁ ।

ସୂଚନା ଅନୁଯାୟୀ, ବାତ୍ୟା ତିତଲି ଓ ତାର ପ୍ରଭାବରେ ହୋଇଥିବା ବନ୍ୟାରେ ଓଡ଼ିଶାରେ ବହୁତ ଧନ ଜୀବନର କ୍ଷୟକ୍ଷତି ହୋଇଥିବାରୁ ନବୀନ ଖୁବ ମର୍ମାହତ । ତେଣୁ ସେ ଏଥର ନିଜ ଜନ୍ମଦିନ ପାଳନ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ନବୀନଙ୍କୁ ଚଳିତ ବର୍ଷ ଶୁଭେଚ୍ଛା ଜଣାଇବାକୁ କେହି ନଯିବା ପାଇଁ ନବୀନ ନିବାସ ପକ୍ଷରୁ ମନ୍ତ୍ରୀ , ବିଧାୟକ ଓ ଅଫିସର ଙ୍କୁ ମନା କରାଯାଇଛି । ଏହାସହ, ରାଜ୍ୟ ବାସୀଙ୍କୁ ଶ୍ରୀ ପଟ୍ଟନାୟକ ଦଶହରା ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.