ସ୍ୱାଧୀନତା ଦିବସ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ସାରା ଦେଶ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି । ଜଣେ ଭାରତୀୟ ଭାବରେ ଏହା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ଏହି ପବିତ୍ର ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ମୋର ଅଭିନଆଜି ସାରା ଦେଶ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି । ଜଣେ ଭାରତୀୟ ଭାବରେ ଏହା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ଏହି ପବିତ୍ର ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ମୋର ଅଭିନନ୍ଦନ ଜଣାଉଛି।
ଜାତିର ପିତା ମହାତ୍ମା ଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ସର୍ଦ୍ଦାର ପଟେଲ, ମୌଲାନା ଆଜାଦ, ଡଃ ବି.ଆର. ଆମ୍ବେଦକର, ଡଃ ରାଜେନ୍ଦ୍ର ପ୍ରସାଦ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, ନବକୃଷ୍ଣ ଚୌଧୁରୀ, ଗୋପବନ୍ଧୁ ଚୌଧୁରୀ, ସହିଦ୍ ଲକ୍ଷ୍ଣଣ ନାଏକ, ବୀର ସୁରେନ୍ଦ୍ର ସାଏ, ମା ରମାଦେବୀ, ମାଳତୀ ଚୌଧୁରୀ, ଡଃ ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ ଓ ପାର୍ବତୀ ଗିରିଙ୍କ ପରି ମହାନ୍ ସଂଗ୍ରାମୀ ମାନଙ୍କ ନେତୃତ୍ୱରେ ଆମେ ସ୍ୱାଧୀନତା ହାସଲ କରିଛୁ । ଏହି ଅବସରରେ ସେମାନଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।
ଦେଶର ଶାନ୍ତି ଓ ସୁରକ୍ଷା ପାଇଁ ଶହୀଦ ହୋଇଥିବା ଅମର ଜୱାନ ମାନଙ୍କ ପ୍ରତି ମଧ୍ୟ ଏହି ଅବସରରେ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । କୋଭିଡ ମହାମାରୀ ସମୟରେ ମାନବ ଜାତିର ସେବାରେ ସହୀଦ ହୋଇ ଥିବା କୋଭିଡ ଯୋଦ୍ଧା ମାନଙ୍କୁ ମଧ୍ୟ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଆମର ସ୍ବାଧୀନତା ଥିଲା କୋଟି କୋଟି ଭାରତୀୟ ମାନଙ୍କ ବିଜୟ। ସତ୍ୟ ଓ ଅହିଂସା ର ବିଜୟ । ଏହି ବିଜୟ ସାରା ବିଶ୍ବକୁ ରାସ୍ତା ଦେଖାଇଛି।
ଗତ ୭୫ ବର୍ଷରେ ଦେଶ ଅନେକ ମାଇଲ ଷ୍ଟୋନ ହାସଲ କରିଛି। କୃଷି, ଶିକ୍ଷା, ସ୍ବାସ୍ଥ୍ୟ, Science & Technology, ଶିଳ୍ପ, ଗବେଷଣା ଆଦି ବିଭିନ୍ନ କ୍ଷେତ୍ରରେ ଭାରତ ଆଜି ଆଗୁଆ ଦେଶ ସହ ପ୍ରତିଯୋଗିତା କରିପାରୁଛି.
ଆମ ଓଡିଶା ମଧ୍ୟ ଦେଶର ବିକାଶ ସହିତ ତାଳ ଦେଇ ଆଗେଇ ଚାଲିଛି। ୭୫ ବର୍ଷରେ ଓଡିଶା ଅନେକ ମାଇଲଖୁଣ୍ଟ ହାସଲ କରି ଦେଶକୁ ରାସ୍ତା ଦେଖାଇଛି । ଓଡିଶାରେ ଆଜି ଟ୍ରାନସଫରମେସନର ନୂଆ ଯୁଗ ଆରମ୍ଭ ହୋଇଛି। ଓଡିଶାର ସଫଳତା ଅନ୍ୟ ମାନଙ୍କ ପାଇଁ ମାର୍ଗ ଦର୍ଶନ କରୁଛି । ଏକ ଖାଦ୍ୟ ହୀନତା ରାଜ୍ୟରୁ ଏକ ଖାଦ୍ୟ ଯୋଗାଣ ରାଜ୍ୟ ହେବା, ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ବିଶ୍ବ ପାଇଁ ଆଦର୍ଶ ସୃଷ୍ଟି କରିବା, sports hub ଭାବରେ ପରିଚୟ ସୃଷ୍ଟି କରିବା ଓ ୭୦ ଲକ୍ଷ ମାଙ୍କୁ ସଶକ୍ତ କରିବା ଆଦି ମାଇଲଖୁଣ୍ଟ ଆମ ଓଡିଶାର ଜୟଯାତ୍ରାର ପ୍ରତୀକ।
ଶିକ୍ଷା ଆମର ଲକ୍ଷ୍ୟ । ଆମ ସ୍କୁଲ transformation programme, ଗୁଣାତ୍ମକ ଶିକ୍ଷାର ଦୃଢ ପ୍ରତିଶ୍ରୁତି ବହନ କରୁଛି। ପିଲାମାନଙ୍କ ଭିତରେ ନୂଆ ଆଶା ସୃଷ୍ଟି କରିଛି। ଗାଁର ପ୍ରତିଭା ସମ୍ପନ୍ନ ପିଲାମାନଙ୍କ ପାଇଁ ଆରମ୍ଭ ହୋଇଥିବା ଓଡିଶା ଆଦର୍ଶ ବିଦ୍ୟାଳୟ ଆଜି ବେଶ୍ ଲୋକପ୍ରିୟ ହୋଇଛି । କୋଟିଆରୁ ଆରମ୍ଭ କରି ଭୁବନେଶ୍ବାରର iconic OAV ପର୍ଯ୍ୟନ୍ତ ୩୧୫ଟି ଆଦର୍ଶ ବିଦ୍ୟାଳୟରେ ଆଜି ଏକ ଲକ୍ଷ ପିଲା ପାଠ ପଢୁଛନ୍ତି। ଆଜି ଏହି ଅବସରରେ ୫ ହଜାର ଝିଅ ପିଲାଙ୍କ ପାଇଁ ଆଦର୍ଶ ବିଦ୍ୟାଳୟ ରେ ୫୦ଟି ହଷ୍ଟେଲର କରାଯାଇଛି।
ସ୍ବାଧୀନତାର ୭୫ ବର୍ଷ ଅବସରରେ ଆମେ ରାଜ୍ୟର ୩୦ଟି ଜିଲ୍ଲାର ଗ୍ରାମାଞ୍ଚଳରେ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ ର ୩୦୦୦ ସ୍ମାରକୀ ସ୍ଥାପନ କରୁଛୁ। ଆମର ଯୁବ ବର୍ଗଙ୍କ ପାଇଁ କର୍ମ ନିଯୁକ୍ତି ଉପରେ ଆମେ ବିଶେଷ ଗୁରୁତ୍ବ ଦେଇଛୁ । ସରକାରୀ କ୍ଷେତ୍ରରେ ଖାଲି ଥିବା ବିଭିନ୍ନ ପଦବୀ ଗୁଡିକ ପୂରଣ ପାଇଁ ନିୟମିତ ଆବଶ୍ୟକତା ଜାରି ରହିଛି । ବିଭିନ୍ନ ବିଭାଗରେ ୭୦ ହଜାରରୁ ଅଧିକ entry level ପଦବୀ ପୂରଣ ପାଇଁ ପଦକ୍ଷେପ ନିଆଯାଉଛି।
ଜନଜାତି ଭାଇଭଉଣୀ ମାନଙ୍କ ବିକାଶ ଓ ସେମାନଙ୍କ empowerment କ୍ଷେତ୍ରରେ ଓଡିଶା ବହୁତ ଭଲ କାମ କରିଛି। ଓଡ଼ିଶାର ଜନଜାତି ପିଲାମାନେ ଆଜି ବିଭିନ୍ନ କ୍ଷେତ୍ରରେ, ଦେଶ ବିଦେଶରେ ସୁନାମ ଅର୍ଜନ କରୁଛନ୍ତି। ନିକଟରେ ରୋମ୍ରେ ଆମ ଓଡିଆ ପିଲା ଶେଷା କିଶାନଙ୍କୁ ଭେଟି ମୋତେ ବହୁତ ଖୁସି ଲାଗିଥିଲା ।
ଖାଦ୍ୟ ସୁରକ୍ଷା ପରେ nutrition security ଅମର ଲକ୍ଷ୍ୟ । Millet mission ରାଜ୍ୟର ଉଣେଇଶ ଟି ଜିଲ୍ଲା କୁ ବୃଦ୍ଧି କରାଯାଇଛି ଏଥିପାଇଁ ଦୁଇ ହଜ଼ାର ଆଠଶହ କୋଟି ଟଙ୍କା ଖର୍ଚ୍ଚ ହେବ।
ଓଡିଶା ଜଗନ୍ନାଥଙ୍କ ପବିତ୍ର ଭୂମି। ଓଡିଆ ମାନେ ସବୁବେଳେ ଆଞ୍ଚଳିକ ଚିନ୍ତାଧାରାରୁ ଉପରକୁ ଉଠି national spiritରେ କାମ କରନ୍ତି। ଭାରତୀୟ ଜାତୀୟ ହକିର ଉଭୟ ପୁରୁଷ ଏବଂ ମହିଳା ଦଳକୁ ଓଡିଶା sponsor କରିବା ଆମ nationalistic spiritର ଉତ୍ତମ ଉଦାହରଣ ।
ଆଉ ୨୫ ବର୍ଷ ପରେ ଆମେ ସ୍ବାଧୀନତାର ଶତବାର୍ଷିକୀ ପାଳନ କରିବା । ସେଥିପାଇଁ ଆମକୁ ବର୍ତ୍ତମାନ ଠାରୁ ପ୍ରସ୍ତୁତ ହେବାକୁ ହେବ। ମୋର ପୁରା ବିଶ୍ୱାସ ଏହି ସମୟ ମଧ୍ୟରେ ଦେଶର ବିକାଶରେ ଓଡିଶାର ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରହିବ। ଆମେ ସମସ୍ତେ ଯଦି ଦିନର ଅଳ୍ପ କିଛି ସମୟ ଦେଶ ପାଇଁ ଦେଇପାରିବା ତେବେ ଆମେ ବହୁତ ବଡ଼ ପରିବର୍ତ୍ତନ ଆଣି ପାରିବା ।