ସବୁ ରାଜନୈତିକ ଦଳର ନେତୃବୃନ୍ଦଙ୍କ ସହ କଥାହେଲେ ନବୀନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କୋଭିଡ୍ ଯୋଦ୍ଧାଙ୍କ ମନୋବଳ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ବନ୍ଦେ ଉତ୍କଳ ଜନନୀ’ ଗାନର ଆହ୍ୱାନ ଦେଇଛନ୍ତି । ମେ ୩୦ ତାରିଖ ସଂଧ୍ୟା ସାଢ଼େ ୫ଟାରେ ସମସ୍ତେ ଏହା ଗାନ କରିବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଅନୁରୋଧ କରିଥିବା ବେଳେ ଏଥିପାଇଁ ସମସ୍ତ ରାଜନୈତିକ ଦଳର ସମର୍ଥନ ମାଗିଛନ୍ତି ।

ଏଥିପାଇଁ ମୁଖ୍ୟମନ୍ତ୍ରୀ ସବୁ ରାଜନୈତିକ ଦଳର ନେତୃବୃନ୍ଦଙ୍କ ସହ କଥା ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା, ସିପିଏମ୍ ନେତା ଅଳି ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ଗୁରୁବାର ସଂଧ୍ୟାରେ ଟେଲିଫୋନ୍ କରି କଥା ହୋଇଥିଲେ । କୋଭିଡ୍ ଯୋଦ୍ଧାଙ୍କ ନୈତିକ ମନୋବଳ ବଢ଼ାଇବାକୁ ସେ ସମସ୍ତଙ୍କର ସମର୍ଥନ ମାଗିଥିଲେ । ପ୍ରତିଟି ଓଡ଼ିଆ ଶନିବାର ସଂଧ୍ୟା ସାଢ଼େ ୫ଟାରେ ବନ୍ଦେ ଉତ୍କଳ ଜନନୀ ଗାଇ ସେମାନଙ୍କୁ ଉତ୍ସାହିତ କରିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ଅପିଲ୍ କରିଥିଲେ ।

Leave A Reply

Your email address will not be published.