ଜେଇଇ ଏବଂ ନିଟ୍ ସ୍ଥଗିତ ରଖିବାକୁ ପ୍ରଧାନମନ୍ତ୍ରୀଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଜେଇଇ ଏବଂ ନିଟ୍ କୁ ସ୍ଥଗିତ ରଖିବାନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡ୍ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜେଇଇ ଏବଂ ନିଟକୁ ସ୍ଥଗିତ ରଖିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହିତ ରାଜ୍ୟର ଅନେକ ଅଞ୍ଚଳ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ତେଣୁ ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ରରେ ହାଜର ହେବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ବୋଲି କହିଛନ୍ତି। ଚଳିତବର୍ଷ ୫୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ନିଟ୍ ପାଇଁ ଆବେଦନ କରିଥିବା ବେଳେ ୪୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଜେଇଇ ପାଇଁ ଓଡିଶାରୁ ଆବେଦନ କରିଛନ୍ତି । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀ ପକ୍ଷରୁ ମାତ୍ର ୭ଟି ସହରରେ ପରୀକ୍ଷା ସେଣ୍ଟର କରାଯାଇଛି । ବିଭିନ୍ନ ଜିଲ୍ଲାରେ ସଟ୍‌ ଡାଉନ୍‌ ଓ ଲକ୍‌ ଡାଉନ୍‌ ଥିବାରୁ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରକୁ ଯିବାରେ ସମସ୍ୟା ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ ।

Leave A Reply

Your email address will not be published.