ବିୟର ଫ୍ୟାକ୍ଟ୍ରି ପାଇଁ ଚାଲିଥିବା ଗଛ କଟା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ବଳରାମପୁର ଅଞ୍ଚଳରେ ପ୍ରସ୍ତାବିତ ବିୟର ବଟଲିଂ ପ୍ଲାଣ୍ଟ ନିର୍ମାଣ ପାଇଁ ସହସ୍ରାଧିକ ଗଛ କାଟିବା ଘଟଣାରେ କ୍ଷୋଭ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି ହୋଇଛି । ଗଛ କାଟା ତୁରନ୍ତ ବନ୍ଦ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଏହି ଘଟଣାର ଅନୁଧ୍ୟାନ ପାଇଁ ଆରଡିସିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ଅନୁଯାୟୀ, ଗତ ୩ ତାରିଖରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏହି ବିୟର ବଟଲିଂ ପ୍ଲାଣ୍ଟ ନିର୍ମାଣର ଶିଳାନ୍ୟାସ କରିଥିଲେ । ପ୍ରବଳ ବିରୋଧ ସତ୍ତ୍ୱେ ଏହାର ଶିଳାନ୍ୟାସ କରାଯାଇଥିଲା । ଏହି କାରଣରୁ  ଅଞ୍ଚଳବାସୀ ଜିଲ୍ଲାପାଳଙ୍କୁ ମଧ୍ୟ କିଛି ସମୟ ଅଟକ ରଖିଥିଲେ ।ତେବେ ଶନିବାର ଉକ୍ତ ଅଞ୍ଚଳରୁ ପ୍ରଶାସନ ପକ୍ଷରୁ ଗଛକଟା ଯାଉଥିବା ସମୟରେ ଗ୍ରାମବାସୀ ଓ ପୋଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା ।

Leave A Reply

Your email address will not be published.