ମୁଖ୍ୟମନ୍ତ୍ରୀ ବାଣ୍ଟିଲେ ରାଜ୍ୟସଭା ଲଡୁ

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ରାଜ୍ୟସଭା ପ୍ରାର୍ଥୀ ଚୟନ ଅପେକ୍ଷା ର ଅନ୍ତ ଘଟିଛି ।ମୁଖ୍ୟମନ୍ତ୍ରୀ ମନୋନିତ କରିଥିବା ଦୁଇଜଣ ଙ୍କୁ ଦଳ ରେ ମିଶାଇ ଏକ ପ୍ରକାର ରାଜ୍ୟସଭା ଲଡୁ କୁ ସମ୍ବାଦ ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ସ୍ବେଚ୍ଛାସେବୀ ‘କିଟ୍’ ଓ ‘କିସ୍’ ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଙ୍କୁ ଦେବେ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଯାଇଥିଲା ।ବିଜେପୁର ନିର୍ବାଚନ ରେ ଗାଇସିଲଟ ବ୍ଲକ ଦାୟିତ୍ୱ ରେ ଥାଇ ଭଲ ପ୍ରଦର୍ଶନ କାରିଥିବାରୁ ଦଳ ର ମୁଖପାତ୍ର ପ୍ରଶାନ୍ତ ନନ୍ଦ ଙ୍କୁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ରାଜ୍ୟସଭା ଲଡୁ।     

କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ କେବଳ ରାଜନୈତିକ ବ୍ୟକ୍ତିଙ୍କୁ ରାଜ୍ୟସଭା ପଠାଯିବ ବୋଲି ଗଣମାଧ୍ୟମକୁ କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି ବୟାନ ପରେ ଦଳରେ ଅବହେଳିତ ହୋଇ ରହିଥିବା ବହୁ ନେତା ରାଜ୍ୟସଭା ଲଡୁ ପାଇଁ ଆଶାୟୀ ହୋଇପଡ଼ିଥିଲେ। ମାତ୍ର ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଚକମା ଦେଇଛନ୍ତି । ବିଶେଷକରି ସୌମ୍ୟରଂଜନ ପଟ୍ଟନାୟକଙ୍କୁ ସକାଳେ ବିଜେଡ଼ିରେ ମିଶାଇ ଅପରାହ୍ନରେ ରାଜ୍ୟସଭା ଲଡୁ ଦେଇଥିବା ସମସ୍ତଙ୍କୁ ଚକିତ କରିଛି । ସେହିଭଳି ‘କିଟ୍’ ଓ ‘କିସ୍’ ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ବିଜେଡ଼ିକୁ ଆଣି ରାଜ୍ୟସଭା ଲଡୁ ଦେଇଛନ୍ତି ନବୀନ। ଦଳର ଏକମାତ୍ର ପୁରୁଖା ନେତା ଭାବେ ପ୍ରଶାନ୍ତ ନନ୍ଦ ଙ୍କୁ ମଧ୍ୟ ମିଳିଛି ରାଜ୍ୟସଭା ଲଡୁ।    

ଏହା କୁ ନେଇ ଧୀରେ ଧୀରେ ଦଳରେ ବିରୋଧ ର ସ୍ୱର ଦାନ ବାନ୍ଧିବା ଆରମ୍ଭ ହେଉଥିବା ସୂଚନା ମିଳିଛି। ସୌମ୍ୟ ବାବୁଙ୍କୁ କିଛି ଯୁବ ବିଧାୟକ ଙ୍କ ସମର୍ଥନ ଥିବାବେଳେ ଦଳ ର ବରିଷ୍ଠ ନେତା ଙ୍କ ଅସନ୍ତୋଷ ବଢିବାରେ ଲାଗିଛି। ସେହିପରି ଡ. ଅଚ୍ୟୁତ ସାମନ୍ତଙ୍କୁ ବିରୋଧ ରେ ବି ଦଳ ଅନେକ ଯୁବ ଓ ବରିଷ୍ଠ ନେତା ଙ୍କ ଅସନ୍ତୋଷ ଦାନା ବାନ୍ଧୁଛି। କାରଣ ଅଚ୍ୟୁତ ସାମନ୍ତଙ୍କର ଦଳ ପ୍ରତି କୌଣସି ଅବଦାନ ନାହିଁ କି ସେ କୌଣସି ନେତା ମଧ୍ୟ ନୁହଁନ୍ତି। ଦଳ ରେ ଅନେକ ନେତା ଓ କର୍ମୀ ଥାଉ ଥାଉ ଅଚ୍ୟୁତ ସାମନ୍ତଙ୍କୁ କଣ ପାଇଁ ରାଜ୍ୟସଭା ପ୍ରାର୍ଥୀ କରାଗଲା ବୋଲି ଚର୍ଚ୍ଚା ହେଉଛି।

Leave A Reply

Your email address will not be published.