ଓଡ଼ିଆ ଝିଅ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମ୍ପାଦକୀୟ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଆଜି ଓଡିଶା ତଥା ଓଡ଼ିଆ ଜାତିର ନାମ ସ୍ୱର୍ଣ୍ଣାକ୍ଷରରେ ଲେଖାହୋଇଛି। ଯାହାକୁ ନେଇ ବେଶ ଖୁସି ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହାର ଖୁସି ଆଜି ଦେଖିବାକୁ ମିଳିଛି ଖବରକାଗଜରେ । ନିଜର ଖୁସିକୁ ମୁଖ୍ୟମନ୍ତ୍ରୀ ଖବରକାଗଜର ସମ୍ପାଦକୀୟରେ ବର୍ଣ୍ଣନା କରିଛନ୍ତି । ଏହି ଲେଖାର ଶୀର୍ଷକ ରହିଛି ‘ଏ ମାଟିର କନ୍ୟା’ । ୨୫ ତାରିଖରେ ସଂସଦ ଭବନରେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ଶପଥ ନେଉଥିବା ମୁହୂର୍ତ୍ତକୁ ତାଙ୍କ ଲେଖାରେ ଉଲ୍ଲେଖ କରିଛନ୍ତି । ଓଡ଼ିଶା ମାଟିର କନ୍ୟା। ଜଣେ ଜନଜାତି ଝିଅ, ଜଣେ ମାଆ, ଜଣେ ଭଉଣୀ, ଭାରତବର୍ଷର ସର୍ବୋଚ୍ଚ ସମ୍ବିଧାନିକ ପଦବୀରେ ଅଧିଷ୍ଠିତ।
ଦେଶର ସର୍ବୋଚ୍ଚ ପଦ ଗ୍ରହଣ କରି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଓଡ଼ିଆ ଜାତିର ପରିଚୟରେ ଆଉ ଏକ ଗରିମାମୟ ପୃଷ୍ଠା ଯୋଡ଼ିଛନ୍ତି। ଦେଶର କୋଟି କୋଟି ଲୋକଙ୍କ ପାଇଁ ସେ ଆଶା ଓ ଆକାଂକ୍ଷାର ପ୍ରତିବିମ୍ବ। ଶପଥ ଗ୍ରହଣ ସମୟରେ ତାଙ୍କ ଦ୍ୱାରା ଉଦ୍ଧୃତ ସନ୍ଥକବି ଭୀମ ଭୋଇଙ୍କ ଉକ୍ତି ସର୍ବଦା ଆମ କାର୍ଯ୍ୟ ଓ ଭାବନାରେ ପ୍ରତିଫଳିତ ହେଉ। pic.twitter.com/sezF1qvQhy
— Naveen Patnaik (@Naveen_Odisha) July 28, 2022
ଜୁଲାଇ ୨୫ ତାରିଖ, ସମୟ ପୂର୍ବାହ୍ନ ୧୦ଟା ୧୪ ମିନିଟ୍। ଗଣତନ୍ତ୍ରର ସର୍ବୋଚ୍ଚ ମନ୍ଦିର ନୂଆଦିଲ୍ଲୀର ସଂସଦ ଭବନର ସେଣ୍ଟ୍ରାଲ ହଲ୍ରେ ଯେତେବେଳେ ମୁଁ ଦ୍ରୌପଦୀ ମୁର୍ମୁ.ଶବ୍ଦ ଉଚ୍ଚାରିତ ହେଉଥିଲା, ତାହାଥିଲା ପ୍ରତି ଓଡ଼ିଆଙ୍କ ପରି ମୋ ପାଇଁ ଗୌରବର ସର୍ବଶ୍ରେଷ୍ଠ ମୁହୂର୍ତ୍ତ। ଇତିହାସର ସେହି ସ୍ୱର୍ଣ୍ଣିମ ଅବସରରେ ସାମିଲ ହେବା ଥିଲା ମୋର ସୌଭାଗ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସାଢେ ଚାରି କୋଟି ଓଡ଼ିଶାବାସୀଙ୍କ ପକ୍ଷରୁ ସଂସଦ ଭବନର ସେଣ୍ଟ୍ରାଲ ହଲ୍ରେ ସେଦିନର ମୋର ବିନମ୍ର ଉପସ୍ଥିତି ଥିଲ ସମସ୍ତଙ୍କ ତରଫରୁ ମହାମହିମ ରାଷ୍ଟ୍ରପତିଙ୍କୁ ସମୁଚିତ ସମ୍ମାନ ପ୍ରଦର୍ଶନ। ମୁଖ୍ୟମନ୍ତ୍ରୀ ବଖାଣିଲେ ମହିଳା ସଶକ୍ତିକରଣର ଗାଥା, ମିଶନ ଶକ୍ତିରେ ସଶକ୍ତ ମହିଳା।