ଆଜିଠାରୁ ଲାଗୁହେଲା ଆଚରଣ ବିଧି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟ ନିର୍ବାଚନ କମିଶନ ସୁନିଲ ଅରୋରାଙ୍କ ଦ୍ଵାରା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସାରା ଦେଶରେ ଆଜିଠାରୁ ଆଦର୍ଶ ଆଚରଣ ବିଧି ଲାଗୁହୋଇଥିବା ଘୋଷଣା କରିଛନ୍ତି ।
ଏହି ସାମ୍ବାଦିକ ସମ୍ବିଳନୀ ଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ଆୟୋଜିତ ହୋଇଥିଲା । ମୁଖ୍ୟ ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ପ୍ରଚାର ଡ଼ାକବାଜି ଯନ୍ତ୍ରର ବ୍ୟବହାର ନିଷିଦ୍ଧ କରାଯାଇଛି । ଏଥର ପ୍ରଥମଥର ପାଇଁ ସୋସିଆଲ ମିଡ଼ିଆ ଉପରେ ମଧ୍ୟ ଆଦର୍ଶ ଆଚରଣ ବିଧି ଲାଗୁ କରାଯାଇଛି ।

Leave A Reply

Your email address will not be published.