୧୦ ଡିଗ୍ରୀ ତଳେ ୯ ସହର

0

ଓଡିଶା ଫାଷ୍ଟ( ବ୍ୟୁରୋ): ଆଜି ୯ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ସୋନପୁର ସବୁଠୁ ଥଣ୍ଡା ସହର ଭାବେ ପରିଣତ ହୋଇଛି। ସେଠାରେ ସର୍ବନିମ୍ନ ୪ ଡିଗ୍ରୀ ତାପମାତ୍ରା ରହିଛି। ସେହିପରି କେନ୍ଦୁଝରରେ ୫.୬,  ଝାରସୁଗୁଡ଼ାରେ ୫.୮, ଟିଟିଲାଗଡ଼ ଓ ଦାରିଙ୍ଗିବାଡ଼ିରେ ୭, ସମ୍ବଲପୁରରେ ୭.୪, ବାଲେଶ୍ୱର ୭.୬, କଟକ ୯.୬, ହୀରାକୁଦରେ ୯.୮ ଡିଗ୍ରୀ ଓ ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୧୨ ଡିଗ୍ରୀ ତାପମାତ୍ରା ରହିଛି। ସୁନ୍ଦରଗଡ଼ ଜିଲ୍ଲାର ବଣାଇରେ ୨ ଦିନ ହେବ ହଠାତ୍ ଖସିଛି ପାରଦ । କୋଇଡା ଓ ଟେନସା ଅଞ୍ଚଳର କିଛି ସ୍ଥାନରେ ବରଫପାତ ହୋଇଥିବା ସୂଚନା ମିଳିଛି। ବାହାରେ ଥିବା ଗାଡ଼ିଗୁଡ଼ିକ ଉପରି ଭାଗରେ ଜମି ରହିଛି ବରଫ ଆସ୍ତରଣ।

Leave A Reply

Your email address will not be published.