ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଆସନ୍ତା ୧୧ରୁ ରାଜ୍ୟର ସମସ୍ତ ୟୁନିଭରସିଟି ଓ ଡିଗ୍ରୀ କଲେଜ ଖୋଲିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୫ ମାର୍ଚ୍ଚ ଯାଏଁ କଲେଜ ଓ ବିଶ୍ୱବିଦ୍ୟାଳୟରେ ପାଠପଢା ଚାଲିବ। ଫାଇନାଲ ସେମିଷ୍ଟର ପରୀକ୍ଷା ପାଇଁ ବିଶ୍ୱବିଦ୍ୟାଳୟ ଖୋଲାଯିବ।
ଆସନ୍ତା ୧୬ରୁ ୩୧ ମାର୍ଚ୍ଚ ଯାଏଁ ସେମିଷ୍ଟର ପରୀକ୍ଷା ପାଇଁ ୟୁନିଭରସିଟି ଓ କଲେଜରେ ପାଠପଢା ଚାଲିବ। ୩୦ ଏପ୍ରିଲରେ ପ୍ରଥମ ସେମିଷ୍ଟର ପରୀକ୍ଷାଫଳ ବାହାରିବ। ଫାଇନାଲ ସେମିଷ୍ଟର ପାଇଁ ୨ ଏପ୍ରିଲରୁ ୧୫ ଜୁନ ଯାଏଁ ପାଠପଢା ହେବ। ସେମିଷ୍ଟର ପରୀକ୍ଷା ୧୬ରୁ ୩୧ ଜୁନ ଯାଏଁ ଚାଲିବ। ଜୁଲାଇ ୧୫ରେ ଫାଇନାଲ ସେମିଷ୍ଟର ପରୀକ୍ଷା ଫଳ ପ୍ରକାଶ ପାଇବ।
ଜାନୁଆରୀ ୮ରୁ ବିଦ୍ୟାଳୟ ଖୋଲିବ ବୋଲି ଗତକାଲି ଗଣଶିକ୍ଷା ମନ୍ତ୍ରୀ ଘୋଷଣା କରିଛନ୍ତି। ଦୀର୍ଘଦିନ ପରେ ରାଜ୍ୟରେ ସ୍କୁଲ ଓ କଲେଜ ଖୋଲିବାକୁ ଯାଉଛି। ଏନେଇ କୋଭିଡ ଗାଇଡଲାଇନ ଅନୁସରଣ କରି ପାଠପଢା ଆରମ୍ଭ ହେବ।