ହସ୍ପିଟାଲରେ ଭର୍ତ୍ତି ହେଲେ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ

0

ହସ୍ପିଟାଲରେ ଭର୍ତ୍ତି ହେଲେ ପ୍ରଖ୍ୟାତ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ । ରାଜୁ ଶ୍ରୀବାସ୍ତବ ହୃଦଘାତରେ ପୀଡିତ ଅଛନ୍ତି । ହଠାତ୍ ତାଙ୍କ ସ୍ୱାସ୍ଥ୍ୟ ହେବାରୁ ତାଙ୍କୁ ଦିଲ୍ଲୀ AIIMSରେ ଭର୍ତ୍ତି କରାଯାଇଛି । ଏନେଇ ତାଙ୍କ ଭାଇ ଏବଂ ପିଆର୍‌ଓ ସୂଚନା ଦେଇଛନ୍ତି ।

ରାଜୁ ଶ୍ରୀବାସ୍ତବ ହୋଟେଲର ଜିମରେ ଓ୍ବାର୍କ ଆଉଟ୍‌ କରୁଥିଲେ । ସେ ଟ୍ରାଡମିଲରେ ବ୍ୟାୟାମ କରୁଥିଲେ। ପରେ ଦୌଡ଼ିବା ସମୟରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କଲେ ଏବଂ ସେ ତଳେ ପଡ଼ିଯାଇଥିଲେ । ଏହା ପରେ ରାଜୁ ଶ୍ରୀବାସ୍ତବଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା।

ରାଜୁଙ୍କ ପିଆର୍‌ଓ ଅଜିତ ସକ୍ସେନା କହିଛନ୍ତି ଯେ, ‘ହାସ୍ୟ ଅଭିନେତା ପାର୍ଟିର କିଛି ବଡ ନେତାଙ୍କୁ ଭେଟିବା ପାଇଁ ଦିଲ୍ଲୀରେ ଥିଲେ । ସକାଳେ ଜିମରେ ଓ୍ବାର୍କ ଆଉଟ୍‌ କରୁଥିବା ସମୟରେ ତାଙ୍କୁ ହାର୍ଟ ଆଟାକ୍‌ ଆସିଥିଲା । ବର୍ତ୍ତମାନ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସୁଛି’ ବୋଲି ସେ କହିଛନ୍ତି । ହାସ୍ୟ ଅଭିନେତାଙ୍କ ମଙ୍ଗଳ ପାଇଁ ସମସ୍ତ ପ୍ରଶଂସକଙ୍କୁ ପ୍ରାର୍ଥନା କରିବାକୁ ଅନୁରୋଧ କରିଛନ୍ତି ତାଙ୍କ ପିଆର୍‌ଓ ।

SOA post below
Leave a comment