ଚାଲିଗଲେ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ

ଚାଲିଗଲେ କମେଡି ଦୁନିଆର ବେତାଜ ବାଦଶାହା ରାଜୁ ଶ୍ରୀବାସ୍ତବ । ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS)ରେ ଭର୍ତ୍ତି ହୋଇଥିବା ଭେଟେରାନ୍ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କର ୫୮ବର୍ଷ ବୟସରେ ଦେହାନ୍ତ ହୋଇଛି । କେବଳ ଫିଲ୍ମ ନୁହେଁ କମେଡି ଦୁନିଆରେ ସେ ଥିଲେ ବାଦଶାହା । ବିଭିନ୍ନ ରିୟଲିଟି ସୋ’ରେ ତାଙ୍କ କମେଡିକୁ ଖୁବ ପସନ୍ଦ କରୁଥିଲେ ଦର୍ଶକ । ହସାଇ ହସାଇ ଦର୍ଶକଙ୍କୁ ବେଦମ କରୁଥିବା ରାଜୁ ହଠାତ ଏମିତି କନ୍ଦେଇ ଚାଲିଯିବେ କେହି ବିଶ୍ବାସ କରିପାରୁନାହାନ୍ତି ।
ରାଜୁ ଶ୍ରୀବାସ୍ତବଙ୍କର ଅଗଷ୍ଟ ୧୦ରେ ହୃଦଘାତ ହୋଇଥିଲା । ଜିମରେ ୱାର୍କଆଉଟ ବେଳେ ଅସୁସ୍ଥ ହୋଇ ପଡିଥିଲେ । ଛାତିରେ ଯନ୍ତ୍ରଣା ଯୋଗୁଁ ହଠାତ୍ ତଳେ ପଡି ଯାଇଥିଲେ । ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କର ଭେଣ୍ଟିଲେଟରରେ ଚିକିତ୍ସାଧୀନ ଥିଲେ । ଦୀର୍ଘ ୪୨ ଦିନ ଧରି ମୃତ୍ୟୁ ସହ ସଂଘର୍ଷ କରୁଥିଲେ ରାଜୁ । ଗତ କିଛି ଦିନ ତଳେ ତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିଥିଲା । ହେଲେ ପୁଣି ଥରେ ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ଭେଣ୍ଟିଲେଟରକୁ ଭର୍ତ୍ତି କରାଯାଇଥିଲା । ଅବସ୍ଥାରେ କୌଣସି ଉନ୍ନତି ଆସୁନଥିଲା କି ତାଙ୍କ ଚେତା ଫେରୁନଥିଲା ।