ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟରେ ଆସୁନି ସୁଧାର

0

ଜଣାଶୁଣା ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ହୃଦଘାତରେ ପୀଡିତ ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ୫୮ ବର୍ଷୀୟ ରାଜୁ ଶ୍ରୀବାସ୍ତବ ନୂଆଦିଲ୍ଲୀର AIIMS ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହି ସମୟରେ, ହାସ୍ୟ ଅଭିନେତାଙ୍କ ସ୍ୱାସ୍ଥ୍ୟ ବିଷୟରେ ଏକ ବଡ ଅପଡେଟ୍‌ ସାମ୍ନାକୁ ଆସିଛି । ପୂର୍ବରୁ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଥିବା କୁହାଯାଉଥିବା ବେଳେ ବର୍ତ୍ତମାନ ସ୍ବାସ୍ଥ୍ୟବସ୍ଥାରେ ବିଗିଡିବାରେ ଲାଗିଛି। ଏନେଇ ରାଜୁଙ୍କ ପରିବାର ଲୋକ ସୂଚନା ଦେଇଛନ୍ତି। ଏବେ ସେ ଆଇସିୟୁରେ ଭେଣ୍ଟିଲେଟରରେ ରହିଛନ୍ତି।

ରାଜୁଙ୍କ ମ୍ୟାନେଜର ଦେଇଥିବା ସୂଚନା ଅନୁଯାୟୀ, ରାଜୁଙ୍କ ସ୍ବାସ୍ଥ୍ୟବସ୍ଥ୍ୟାରେ କୌଣସି ଉନ୍ନତି ହୋଇନାହିଁ। ସେ ବର୍ତ୍ତମାନ ଭେଣ୍ଟିଲେଟରରେ ରହିଛନ୍ତି। ତାଙ୍କର ମସ୍ତିଷ୍କ କାମ କରୁନାହିଁ। ଡାକ୍ତରମାନେ ସେମାନଙ୍କୁ ଅପେକ୍ଷା କରିବାକୁ କହିଛନ୍ତି। ଶୀଘ୍ର ସୁସ୍ଥ ହେବା ପାଇଁ ପ୍ରାର୍ଥନା କରିବାକୁ ପ୍ରଶଂସକଙ୍କୁ ଅନୁରୋଧ କରିଛନ୍ତି ରାଜୁଙ୍କ ମ୍ୟାନେଜର।

ଏହା ସହିତ ସୋସିଆଲ ମିଡିଆରେ ଚାଲିଥିବା ଗୁଜବ ଉପରେ ମଧ୍ୟ ସେ ପ୍ରତିକ୍ରିୟା ଦେଇଛନ୍ତି । ଇନଷ୍ଟାଗ୍ରାମରେ ସେୟାର କରାଯାଇଥିବା ଏକ ପୋଷ୍ଟ ମାଧ୍ୟମରେ ହାସ୍ୟ ଅଭିନେତାଙ୍କ ପରିବାର ସୂଚନା ଦେଇଛନ୍ତି ଯେ, ରାଜୁ ଶ୍ରୀବାସ୍ତବଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି । ପରିବାର ପକ୍ଷରୁ ଜାରି ବିବୃତ୍ତିରେ ଏହା ଲେଖାଯାଇଛି ଯେ, ରାଜୁ ଶ୍ରୀବାସ୍ତବ ଜୀଙ୍କର ସ୍ୱାସ୍ଥ୍ୟ ସ୍ଥିର ରହିଛି । ଆମେ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରୁଛୁ । ଡାକ୍ତର ଟିମ୍‌ ମଧ୍ୟ ସମ୍ପୂର୍ଣ୍ଣ ଦାୟିତ୍ବର ସହିତ ତାଙ୍କର ଯତ୍ନ ନେଉଛନ୍ତି । ଆପଣ ସମସ୍ତଙ୍କ ନିରନ୍ତର ଭଲପାଇବା ଏବଂ ସମର୍ଥନ ପାଇଁ ଧନ୍ୟବାଦ । ମିଥ୍ୟା ଖବର ଏବଂ ଗୁଜବ ପ୍ରତି ଧ୍ୟାନ ନଦେବାକୁ ମୁଁ ସମସ୍ତଙ୍କୁ ନିବେଦନ କରୁଛି । ଦୟାକରି ରାଜୁ ଶ୍ରୀବାସ୍ତବ ଜୀଙ୍କର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରନ୍ତୁ । ରାଜୁ ଶ୍ରୀବାସ୍ତବଙ୍କ ପରିବାର ।

ସୂଚନାଯୋଗ୍ୟ ଯେ, ୧୦ ଅଗଷ୍ଟ ଅର୍ଥାତ୍ ବୁଧବାର ଦିନ ରାଜୁ ଶ୍ରୀବାସ୍ତବ ସକାଳେ ଜିମରେ ଓ୍ବାର୍କ ଆଉଟ୍‌ କରୁଥିଲେ। ସେ ସମୟରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କଲେ ଏବଂ ସେ ତଳେ ପଡ଼ିଯାଇଥିଲେ । ପରେ ତାଙ୍କୁ ତୁରନ୍ତ AIIMS ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଡାକ୍ତର କହିଥିଲେ ଯେ ତାଙ୍କର ହୃଦଘାତ ହୋଇଛି। ସେବେଠାରୁ ପରିସ୍ଥିତି ଚିନ୍ତାଜନକ ରହିଆସିଛି। ତଥାପି, ସମସ୍ତେ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରନ୍ତୁ ।

SOA post below
Leave a comment