ଚାନ୍ଦବାଲିରେ କମିଶନରେଟ ପୋଲିସ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କୂଆଖାଇ ନଦୀପଠାରୁ ମିଳିଥିବା ଉନ୍ମୟ ପାଢୀଙ୍କ ଅଧାପୋଡା ଶବର ରହସ୍ୟ ଏବେ ବି ଅସ୍ପଷ୍ଟ ରହିଛି । ପୋଲିସ ମୃତ୍ୟୁ ରହସ୍ୟ ଖୋଜୁଥିବା ବେଳେ ପୁଣି ଥରେ ମୂଳରୁ ତଦନ୍ତ ଆରମ୍ଭ କରାଯାଇଛି । ଭିଡିଓ ଭାଇରାଲ ହୋଇଥିବା ଭଦ୍ରକର ଚାନ୍ଦବାଲିରେ କମିଶନରେଟ ପୋଲିସର ଏକ ସ୍ୱତନ୍ତ୍ର ଟିମ ଯାଇ ଛାନଭିନ କରିଛି।

ସେହି ଭାଇରାଲ ଭିଡିଓକୁ ଆଧାର କରି ପୋଲିସ ମୃତ୍ୟୁର ଖିଅ ଖୋଜିବା ଆରମ୍ଭ କରିଛି ।
ନୂଆ ଡିସିପି ଭାବେ ଅନୁପ ସାହୁ ଦାୟିତ୍ୱ ନେବା ପରେ ତଦନ୍ତକୁ ପୁଣି ଥରେ ଆରମ୍ଭ କରାଯାଇଛି । ଘଟଣାର ସନ୍ଦେହ ଦୂର କରିବାକୁ ପୋଲିସ ପୁଣିଥରେ ନ୍ଦବାଲିରେ ପହଞ୍ଚି ଛାନଭିନ କରୁଛି । ଭିଡିଓରେ ଥିବା ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଛି ।

ସେହିପରି କେଉଁଠୁ ଭିଡିଓ ଭାଇରାଲ ହୋଇଛି ଓ କିଏ କରିଛି, ତାହାର ମଧ୍ୟ ଛାନଭିନ କରାଯାଉଛି । ସାଇବର କ୍ରାଇମ ଓ ଫୋରେନସିକ ଟିମର ମଧ୍ୟ ସହାୟତା ନିଆଯାଇଛି । ଡିସିପିଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ତଦନ୍ତକୁ ତ୍ୱରାନ୍ୱିତ କରାଯାଇଛି । ସେହିପରି ଶବ ବ୍ୟବଚ୍ଛେଦ ରିପୋର୍ଟକୁ ତର୍ଜମା କରାଯିବା ସହ ଡାକ୍ତରଙ୍କ ସହ ଆଲୋଚନା କରାଯାଉଛି । ହେଲେ ପୋଲିସକୁ ଅଦ୍ୟାବଧି କୌଣସି ସୁରାକ ମିଳିପାରିନଥିବା ଜଣାପଡିଛି ।

Leave A Reply

Your email address will not be published.