ସ୍ବାସ୍ଥ୍ୟମନ୍ତ୍ରୀ ପିସି ନେଉଥିବା ଅଭିଯୋଗ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପିସି ନେଉଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା । ପିସି ନ ଦେଲେ ନିର୍ବାଚନ ମଣ୍ଡଳୀରେ କିଛି କାମ ହେଉ ନଥିବା ବେଳେ ଗରିବ ଅସୁବିଧା କେବେ ବିଧାୟକ ବୁଝନ୍ତି ନାହିଁ ବୋଲି ଅଭିଯୋଗ ଆଣିଛନ୍ତି ମାହାଙ୍ଗାର ପୂର୍ବତନ ବିଧାୟକ ବିକ୍ରମ କେଶରୀ ବର୍ମା । ବର୍ମା କହିଛନ୍ତି ମୁଖ୍ୟମନ୍ତ୍ରୀ ଏଥର ତାଙ୍କ ଉପରେ ଆସ୍ଥା ପ୍ରକଟ କରିବେ ବୋଲି ସେ ଆଶା ରଖିଛନ୍ତି । ଏଥର ଏଠାରେ ପରିବର୍ତ୍ତନ ଆବଶ୍ୟକ ବୋଲି ସେ କହିଛନ୍ତି । ଏ ସମ୍ପର୍କରେ ମାହାଙ୍ଗା ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନା କହିଛନ୍ତି, ପ୍ରତାପ ଜେନା ସବୁବେଳେ ପିସିକୁ ବିରୋଧ କରିଆସିଛନ୍ତି । ବର୍ମା ଆସନ୍ତା ନିର୍ବାଚନ ପାଇଁ ଆଶାୟୀ ପ୍ରାର୍ଥୀ ଥିବାରୁ ସେ ମନ୍ତ୍ରୀ ଜେନାଙ୍କ ନାଁରେ ଏଭଳି କହିଛନ୍ତି ।

Leave A Reply

Your email address will not be published.