କଂଗ୍ରେସ ଭବନରେ ଯୁବସଭାପତି ପାଇଁ ବୁଲିଲା ଖଣ୍ଡା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ କଂଗ୍ରେସ ଭବନରେ ଯୁବ କଂଗ୍ରେସର ନୂଆ ସଭାପତି ସ୍ମୃତି ରଞ୍ଜନ ଲେଙ୍କାଙ୍କୁ ବିରୋଧ କରି କଂଗ୍ରେସ ଭବନରେ ତାଲା ପକାଇଛନ୍ତି ଉତ୍ତ୍ୟକ୍ତ ଯୁବକର୍ମୀ । ସ୍ମୃତି ରଞ୍ଜନ ଲେଙ୍କା କାର୍ଯ୍ୟରେ ଯୋଗ ଦେବା ପୂର୍ବରୁ ଶତାଧିତ ଯୁବକର୍ମୀ କଂଗ୍ରେସ ଭବନ ସମ୍ମୁଖରେ ନାରାବାଜି କରିଥିଲେ। ଫଳରେ କଂଗ୍ରେସ ଭବନ ପରିସରରେ ସମର୍ଥକ ଓ ବିରୋଧୀଙ୍କ ଭିତରେ ଧସ୍ତାଧସ୍ତି ହୋଇଥିଲେ ।

ଯାହାଫଳରେ ଗୋଷ୍ଠୀ ସଙ୍ଘର୍ଷ ହୋଇଥିଲା। ପୁଲିସ ପହଞ୍ଚି ଘଟଣାର ହସ୍ତକ୍ଷେପ କରିଥିଲା। ପରିସ୍ଥିତକୁ ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ ଲାଠି ଚାର୍ଜ କରିଥିଲା । ପୁଲିସ ଏହି ଘଟଣାରେ ଜଣକୁ ଅଟକ ରଖିଥିବା ସୂଚନା ମିଳିଛି ।

Leave A Reply

Your email address will not be published.