ସୋସିଆଲ ମିଡିଆରେ ଘୁରିବୁଲୁଥିବା ତାଲିକା ସମ୍ପୂର୍ଣ୍ଣ ରୂପେ କାଳ୍ପନିକ: ସତ୍ୟପ୍ରକାଶ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୋସିଆଲ ମିଡିଆରେ ପ୍ରଦେଶ କଂଗ୍ରେସର ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନର ପ୍ରାର୍ଥୀ ତାଲିକା ଘୁରିବୁଲୁଥିବା ବେଳେ ଏହା ଏକ କାଳ୍ପନିକ ତାଲିକା ବୋଲି କଂଗ୍ରେସ ମିଡିଆ ସେଲ୍ ମୁଖ୍ୟ ସତ୍ୟ ପ୍ରକାଶ ନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି ।

ସୂଚନା ଅନୁଯାୟୀ, ଗତକାଲି ପ୍ରଦେଶ ଇଲେକ୍ସନ କମିଟି(ପିଇସି) ବୈଠକ ପରେ ରାଜ୍ୟର ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନ ଲାଗି ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ପ୍ରସ୍ତୁତ ହୋଇଥିଲା । ଯାହାକି ଦଳର ମୁଖ୍ୟ ନିର୍ବାଚନ କମିଟି(ସିଇସି)ଙ୍କ ନିକଟକୁ ପଠାଯାଇଛି । ସିଇସି ଅନୁମୋଦନ ପରେ ହିଁ ପ୍ରାର୍ଥୀଙ୍କ ଚୂଡାନ୍ତ ତାଲିକା ପ୍ରକାଶ ପାଇବ । ତେଣୁ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଘୁରିବୁଲୁଥିବା ପ୍ରାର୍ଥୀ ତାଲିକା ସମ୍ପୂର୍ଣ୍ଣ ଭାବେ ମିଥ୍ୟା ଓ କାଳ୍ପନିକ ।

ଅପରପକ୍ଷରେ ଓଡ଼ିଶା ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହ ଆଜି ସ୍ପଷ୍ଟ ଭାବରେ କହିଛନ୍ତି, ଆସନ୍ତା ନିର୍ବାଚନରେ କଂଗ୍ରେସରେ ଗୋଟିଏ ପରିବାରରୁ ଏକାଧିକଙ୍କୁ ଟିକେଟ ମିଳିବନି । ସେହିପରି ଯଦି ବାପା ଚାହିଁବେ ନିଜ ଟିକେଟ ପୁଅକୁ ଦେଇପାରିବେ । ଏଥର ନିର୍ବାଚନରେ ମହିଳା ଓ ଯୁବକମାନଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି ମଧ୍ୟ ଜିତେନ୍ଦ୍ର କହିଛନ୍ତି।

Leave A Reply

Your email address will not be published.