କଂଗ୍ରେସକୁ ଝଟ୍କା; ଦଳ ଛାଡିଲେ ଜାମୁ କାଶ୍ମୀର ୫୧ ନେତା

କଂଗ୍ରେସକୁ ଝଟ୍କା । ବରିଷ୍ଠ ନେତା ଗୁଲାମ ନବୀ ଆଜାଦ କଂଗ୍ରେସରୁ ଇସ୍ତଫା ଦେବା ପରେ ଆଜି ଜାମ୍ମୁ କାଶ୍ମୀରର ତାଙ୍କ ସମର୍ଥକ ୫୧ ନେତା ଇସ୍ତଫା ଦେଇଛନ୍ତି। ଜାମ୍ମୁ-କାଶ୍ମୀରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତାରା ଚାନ୍ଦଙ୍କ ସମେତ ପୂର୍ବତମ ମନ୍ତ୍ରୀ ଅବଦୁଲ ମଜିଦ ଓ୍ବନି, ମନୋହରଲାଲ ଶର୍ମା, ଘରୁରାମ ଓ ପୂର୍ବତନ ବିଧାୟକ ବଲଓ୍ବନ ସିଂଙ୍କ ସମେତ ୫୧ଜଣ ପ୍ରାଥମିକ ସଦସ୍ୟ ପଦ ଛାଡ଼ିଛନ୍ତି ।
ତେବେ ସେମାନେ ବିଜେପିରେ ସାମିଲ ହେବେ ନାହିଁ । ଗୁଲାମ ନବୀଙ୍କ ନୂଆ ଦଳରେ ସାମିଲ ହେଇ ନିର୍ବାଚନ ଲଢ଼ିବେ ବୋଲି ପ୍ରେସମିଟ କରି ସୂଚନା ଦେଇଛନ୍ତି । ୫୧ନେତା ଏକକାଳୀନ ସୋନିଆ ଗାନ୍ଧୀଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି । ସୂଚନାଥାଉକି ଗତ ଶୁକ୍ରବାର କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଦଳରୁ ଇସ୍ତଫା ଦେଇଥିଲେ ।
ଇସ୍ତଫା ଦେବା ସହ ରାହୁଲ ଗାନ୍ଧିଙ୍କ ଉପରେ ବର୍ଷିଥିଲେ । କହିଥିଲେ ରାହୁଲ ଦଳର କୌଣସି ପଦବୀରେ ନଥିଲେ ମଧ୍ୟ ଦଳର ସବୁ କାର୍ଯ୍ୟରେ ମୁଣ୍ଡ ପୁରାଉଛନ୍ତି । ରାହୁଲଙ୍କ ପିଲାଳିଆମି ପାଇଁ ଦଳ ଧୀରେ ଧୀରେ ତଳକୁ ଖସୁଛି । ତେବେ ଆଜାଦ ଖୁବଶୀଘ୍ର ଜାତୀୟ ସ୍ତରୀୟ ଦଳ ଜମ୍ମୁକାଶ୍ମୀରରୁ ଲଞ୍ଚ୍ କରିବେ ବୋଲି କହିଥିଲେ ।