ନିରଞ୍ଜନଙ୍କୁ ପାଇ ଜୋସରେ କଂଗ୍ରେସ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ସଜା ହୋଇଛି ରାଜ୍ୟ କଂଗ୍ରେସ ଭବନ। ବିମାନ ବନ୍ଦରରୁ କଂଗ୍ରେସ ଭବନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରାସ୍ତା ନବନିଯୁକ୍ତ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଙ୍କ ସ୍ୱାଗତରେ ପୋଷ୍ଟର ଓ କଂଗ୍ରେସ ପତକା ରେ ଆଚ୍ଛାଦିତ ହୋଇଛି। ଶନିବାର ସନ୍ଧ୍ୟାରେ ସେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟ କଂଗ୍ରେସ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ସେହିପରି କଂଗ୍ରେସ ଭବନରେ ନିରଞ୍ଜନଙ୍କୁ ସମ୍ବର୍ଦ୍ଧନା ଦେବା ପାଇଁ ଅପେକ୍ଷା କରିଥିଲେ ଅନେକେ ବରିଷ୍ଠ ନେତା ଓ ବିଧାୟକ ତଥା ଏକଇରବଳା ବିଶିକେଶନ ରାଜ୍ୟସଭା ସାଂସଦ ରଞ୍ଜୀବ ବିଶ୍ଵାଳ ।

ଓଡିଶା ଫେରିଛନ୍ତି ନୂତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ତାଙ୍କ ସହ ଆସିଛନ୍ତି ଏଆଇସିସି ପ୍ରଭାରୀ ଜିତେନ୍ଦ୍ର ସିଂ । ବର୍ଷେ ହେବ କଂଗ୍ରେସରେ ଯାହାପାଇଁ ଏତେ ନାଟ ଚାଲିଥିଲା । ତାହାର ଅନ୍ତ ଘଟିଛି ଓ ସ୍ୱାଗତରେ ଚଳ ଚଞ୍ଚଳ ହୋଇଉଠିଛନ୍ତି କଂଗ୍ରେସ କର୍ମୀ। ହଠାତ କର୍ମୀଙ୍କ ମନର ନୂତନ ଆଶାର ସଞ୍ଚାର ପରିଲକ୍ଷିତ ହେଉଛି। ଯାହାପାଇଁ ବର୍ଷେ ହେଲା ଲବୀ ଚାଲିଥିଲା ତାଙ୍କର ସ୍ୱାଗତ ମଧ୍ୟ ଦେଖିଲାଭଳି ହୋଇଥିଲା ।

ଏକ ବିରାଟ ବଡ ବାଇକ ରାଲି ରେ ନିରଞ୍ଜନଙ୍କୁ ବିମାନ ବନ୍ଦରରୁ ପାଛୋଟି ଆଣିଛନ୍ତି କଂଗ୍ରେସ କର୍ମୀ। ୨୦୧୨ ରେ ନିରଞ୍ଜନଙ୍କ ଦ୍ଵାରା ଆୟୋଜିତ ହୋଇଥିବା ଏକ ବିଶାଳ ସମାବେଶ ଯାହାକି ଶାସକ ଦଳର ନିଦ ହଜାଇ ଦେଇଥିଲା । ଯାହାର ପ୍ରଭାବ ୨୦୧୪ ନିର୍ବାଚନ ରେ ଦେଖିବାକୁ ମିଳିଥିଲା । ଶାସକ ଦଳର ଭିତରିଖେଳରେ ନିରଞ୍ଜନଙ୍କୁ ନିଜ ଟିକେଟ ହରାଇବାକୁ ପଡିଥିଲା । ମାତ୍ର ଏଥର ନିରଞ୍ଜନ ପିସିସି ସଭାପତି ହେବା ବିଜେଡି ଅପେକ୍ଷା ବିଜେପି ପାଇଁ ଅଧିକ କ୍ଷତିକାରକ ହେବ କାରଣ କଂଗ୍ରେସ ସୁଦୃଢ ହେଲେ ଗତ୪ ବର୍ଷ ରେ ଅର୍ଜିଥିବା ଲୋକମତ ହରାଇବ ବିଜେପି ।

ନିରଞ୍ଜନ ଙ୍କୁ ସ୍ୱାଗତ କରିବାକୁ ବିଭିନ୍ନ ସ୍ଥାନରୁ ୧୦ ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା। ଏହି କର୍ମୀମାନେ କଟକ, ବ୍ରହ୍ମପୁର, ବାଲେଶ୍ୱର ଓ ପଶ୍ଚିମ ଓଡ଼ିଶା ରୁ ଆସିଥିବା ଜଣାପଡିଛି। ଉତ୍ସାହିତ କର୍ମୀମାନେ ବାଜା ବଣ ସହ ନିରଞ୍ଜନଙ୍କୁ ସ୍ୱାଗତ କରିଥିଲେ।

Leave A Reply

Your email address will not be published.